ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ସମୟରେ ଭୋଟ ଗୋପନୀୟତା ଉଲ୍ଲଂଘନ ଅଭିଯୋଗରେ ଜଣେ ପ୍ରିଜାଇଡିଂ ଅଫିସରଙ୍କୁ ସସ୍ପେଣ୍ଡ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ପ୍ରେସମିଟ୍ରେ ଦେଇଛନ୍ତି।
ସୂଚନା ଅନୁସାରେ, କୁଳିଆବନ୍ଧ ୩୬ ନଂ ବୁଥର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକଙ୍କୁ ମତଦାନ ସମୟରେ ଗୋପନୀୟତା ଉଲ୍ଲଂଘନ କରିଥିବା ଅଭିଯୋଗରେ ସସ୍ପେଣ୍ଡ କରାଯାଇଛି। ବିଭାଗ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଭୋଟିଂ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବରେ ଚାଲିଛି ଏବଂ ସମସ୍ତ ବୁଥ୍କୁ ସିସିଟିଭି ମାଧ୍ୟମରେ ମନିଟରିଂ କରାଯାଉଛି। ଏପର୍ଯ୍ୟନ୍ତ ଜନସାଧାରଣଙ୍କ ପକ୍ଷରୁ କୌଣସି ଅଭିଯୋଗ ମିଳିନାହିଁ ବୋଲି ସେ କହିଛନ୍ତି।





