ଭୁବନେଶ୍ୱର, ୧୫ ଅକ୍ଟୋବର: ରାଜ୍ୟର ରାଶନକାର୍ଡ ହିତାଧିକାରୀମାନଙ୍କ ପାଇଁ ଆସିଛି ଖୁସି ଖବର। ଏବେ ରାଜ୍ୟ ସରକାର ମୁଣ୍ଡପିଛା ଚାଉଳ ପରିମାଣ ବଢ଼ାଇବାକୁ ବିଚାର କରୁଛି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇ କହିଛନ୍ତି ଯେ, ଏପର୍ଯ୍ୟନ୍ତ ହିତାଧିକାରୀମାନେ ୫ କିଲୋ ଚାଉଳ ପାଉଥିଲେ, କିନ୍ତୁ ଶୀଘ୍ର ଏହି ପରିମାଣ ଦୁଗୁଣା ହୋଇପାରେ।

ମନ୍ତ୍ରୀ ପାତ୍ରଙ୍କ କଥାନୁସାରେ, ରାଜ୍ୟରେ ପ୍ରାୟ ୩ କୋଟି ୨୫ ଲକ୍ଷ ହିତାଧିକାରୀ ରାଶନକାର୍ଡ ଅଧୀନରେ ଅଛନ୍ତି, ଯେଉଁମାନେ ଏହି ନୂଆ ବ୍ୟବସ୍ଥାରୁ ଲାଭାନ୍ୱିତ ହେବେ। ଅନେକ ଗରିବ ପରିବାରଙ୍କ ପାଇଁ ୫ କିଲୋ ଚାଉଳ ପର୍ଯ୍ୟାପ୍ତ ନ ହେଉଥିବା ଦେଖି ସରକାର ଏହାକୁ ପୁନଃବିଚାର କରୁଛି।

ଯୋଗାଣ ବିଭାଗ ପକ୍ଷରୁ ଏହି ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୀଘ୍ର ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ପାତ୍ର ଜଣାଇଛନ୍ତି।