ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସମାପ୍ତ ହେବା ପରେ, ଏବେ ଗଣତି ମଣତି ଓ ହୁଣ୍ଡି ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ଯେ, ଚଳିତ ମାସରୁ ପ୍ରକ୍ରିୟା ଆରମ୍ଭ ହେବା ସହିତ ଅକ୍ଟୋବର ମଧ୍ୟରେ ସମ୍ପୂର୍ଣ୍ଣ କାମ ଶେଷ ହୋଇଯିବ।

ଆଇନ ମନ୍ତ୍ରୀ କହିଛନ୍ତି, ଧାଡ଼ି ଦର୍ଶନ ପୂର୍ବରୁ ହୁଣ୍ଡି ସ୍ଥାନାନ୍ତରଣ ପାଇଁ ରିଜୋଲ୍ୟୁସନ ଆଣିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଆବଶ୍ୟକ। ଏହା ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ସୁଚାରୁ ଭାବରେ ଚାଲୁ ହେବ।