ରାଇରଙ୍ଗପୁର/ଗୋରୁମହିଷାଣୀ – ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଚଢ଼େଇପାହାଡ଼ି ପଞ୍ଚାୟତର ରେଙ୍ଗାଳବେଡ଼ା ଗ୍ରାମର ଜଳ ସମସ୍ୟା ଏବେ ଚିନ୍ତାର ବିଷୟରେ ପାଲଟିଛି। ଗ୍ରାମରେ ଏକମାତ୍ର ଉପଲବ୍ଧ କୂଅ ଉପରେ ଆଶ୍ରିତ ଥିବା ୬୦ ରୁ ଅଧିକ ପରିବାର ପାଣି ଆଣିବା ଗୋଟିଏ ପ୍ରତିଯୋଗିତାର ଦୃଶ୍ୟ ସୃଷ୍ଟି କରୁଛି। ସକାଳ ହେଲେ ପାଣି ଭରିବାକୁ ମହିଳାମାନେ ପ୍ରାଣପଣେ ଲାଗିଯାଉଛନ୍ତି।

ଗ୍ରାମବାସୀଙ୍କ ଅନୁଯାୟୀ, ପ୍ରାୟ ୫ ବର୍ଷ ଧରି ବସୁଧା ପ୍ରକଳ୍ପର ଟାଙ୍କି ନିର୍ମାଣ ଚାଲିଛି, କିନ୍ତୁ ଏପର‌୍ୟ୍ୟନ୍ତ ତାହା ସମ୍ପୂର୍ଣ୍ଣ ହୋଇନାହିଁ। ସୂଚନାଫଳକ ନଥିବା ପ୍ରକଳ୍ପ କାର‌୍ୟ୍ୟ ଉପରେ ଅଧିକାରୀ ଓ ଠିକାଦାରଙ୍କ ଅବହେଳା ଅଭିଯୋଗ ହୋଇଛି। ଗ୍ରାମର ୪ଟି ନଳକୂପ ମଧ୍ୟରୁ ୩ଟି ବିକଳ ଓ ଏକ ଚାଲୁ ଥିବା ନଳକୂପରୁ ଦୂଷିତ ପାଣି ବାହାରୁଛି। ଏହିସହ ଏକ ଥିବା ସୋଲାର ପାନୀୟଜଳ ପ୍ରକଳ୍ପ ୨ ବର୍ଷ ଧରି ଅଚଳ ଅବସ୍ଥାରେ ରହିଛି।

ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଆଧା ପରିବାର ପାଇଁ ବିଛାଯାଇଥିବା ପାଇପ ଲାଇନ୍ ୨ ବର୍ଷ ଧରି ଅଧପନ୍ତରିଆ ରହିଛି। ସରପଞ୍ଚ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର‌୍ୟ୍ୟନ୍ତ ଅନେକ ଥର ଅଭିଯୋଗ ହେବା ସତ୍ତ୍ୱେ ବ୍ୟବସ୍ଥା ନିଆଯାଇନାହିଁ। ଗ୍ରାମବାସୀ ଏହାପାଇଁ ବିଜାତଳା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଉପରେ ଦାୟିତ୍ୱ ନ ନେବା ଅଭିଯୋଗ କରିଛନ୍ତି।

ଏହି ସମସ୍ୟା ମଧ୍ୟରେ ଗ୍ରାମରେ ମୋବାଇଲ ନେଟୱାର୍କ ଅଭାବ ମଧ୍ୟ ଚିନ୍ତାର କାରଣ ହୋଇଛି। ଏଠାରେ ଏକମାତ୍ର ଥିବା ବିଏସଏନଏଲ ଟାୱାର ୩ ବର୍ଷ ଧରି ବିକଳ ଥିଲା, ଗତ କିଛି ମାସ ପୂର୍ବରୁ ଚାଲୁ ହେବା ସତ୍ତ୍ୱେ ଦିନ ପରେ ଦିନ କାମ କରୁନାହିଁ। ବେଳେ ବେଳେ ଜନସଂଯୋଗ ପାଇଁ ଗ୍ରାମବାସୀ ଝାଡ଼ଖଣ୍ଡ ସୀମା ପାହାଡ଼ରେ ଚଢି ନେଟୱାର୍କ ଖୋଜିବାକୁ ବାଧ୍ୟ ହେଉଛନ୍ତି।

ଏସବୁ ଅସୁବିଧା ସତ୍ତ୍ୱେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ଗଭୀର ପଦକ୍ଷେପ ନେଯାଉନଥିବା ଉପରେ ଗ୍ରାମବାସୀ କ୍ଷୁବ୍ଧ। ସେମାନେ ନୂତନ ସରକାରଙ୍କୁ ଗ୍ରାମରେ ଜଳ ଓ ନେଟୱାର୍କ ସୁବିଧା ଶୀଘ୍ର ଦେବା ପାଇଁ ଅନୁରୋଧ କରି ଅଧିକାରୀଙ୍କ ଉପରେ କାର‌୍ୟାନୁଷ୍ଠାନ ନେବା ଦାବି କରିଛନ୍ତି।

ପ୍ରଶ୍ନ ଏହାହିଁ – ରେଙ୍ଗାଳବେଡ଼ା ଗ୍ରାମ ଯେଉଁଠି ପାଣି ଓ ନେଟୱାର୍କ ପାଇଁ ଲୋକେ ଏପର‌୍ୟ୍ୟନ୍ତ ଘୋଷଣା ଓ ପ୍ରତିଶ୍ରୁତି ଉପରେ ଆଶ୍ରିତ, ସେଠି ବସୁଧା ପ୍ରକଳ୍ପ କାହା ପାଇଁ? ପ୍ରକାଶିତ ହେବା ପରେ ଗ୍ରାମ ବାସିନ୍ଦାଙ୍କ ପାଇଁ ପ୍ରାୟ ୩ ବର୍ଷ ପୂର୍ବରୁ ଏକ ଵିଏସ୍ଏନଏଲ୍ ୪ଜି ମୋବାଇଲ୍ ଟାୱାର ସ୍ଥାପିତ କରାଯାଇଥିଲା। ବହୁ ବର୍ଷଧରି ଏହି ଟାୱାର କାର‌୍ୟ୍ୟକ୍ଷମ ନହେବାରୁ ଗ୍ରାମବାସୀମାନେ ବାରମ୍ବାର ଦାବି କରିବା ପରେ ଗତ କିଛି ମାସ ପୂର୍ବରୁ କାର୍ଯ଼କ୍ଷମ ହୋଇଥିଲା । ତେବେ ତାହା ମଧ୍ୟ ପ୍ରତ୍ୟେକ ଦିନ କାର‌୍ୟ୍ୟ କରୁନାହିଁ ।

ସପ୍ତାହରେ ଗୋଟିଏ କିମ୍ବା ଦୁଇଦିନ ନେଟୱାର୍କ ଛଡ଼ାଯାଉଛି । ଯାହାଫଳରେ ଗ୍ରାହକମାନେ ଜରୁରୀକାଳୀନ ସେବା ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ସମେତ ଅନ୍ୟ ଜରୁରୀ କାର୍ଯ଼ ପାଇଁ ମଧ୍ୟ ହନ୍ତସନ୍ତ ହେଉଛନ୍ତି ।

ଚଢ଼େଇପାହାଡ଼ି ପଞ୍ଚାୟତର ପଡୋଶୀ ରାଜ୍ୟ ଝାଡଖଣ୍ଡର ନେଟୱାର୍କ ପାହାଡ ଉପରକୁ ଚଢିଲେ ମିଳୁଛି । ଏଣୁ ବାଧ୍ୟ ହୋଇ ହଇରାଣ ହୋଇ ପାହାଡ଼ ଉପରକୁ ଚଢ଼ି ଲୋକେ ମୋବାଇଲ୍‌ରେ କଥା ହୋଇଥାନ୍ତି । ଝାଡଖଣ୍ଡ ରାଜ୍ୟର ନେଟୱାର୍କ ମଧ୍ୟ ବହୁତ୍ କମ୍ ମିଳୁଥିବାରୁ କଥାବାର୍ତ୍ତା ସ୍ପଷ୍ଟ ଶୁଣାଯାଏ ନାହିଁ ।

ଏନେଇ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବେଳେ ବେଳେ ବିଦ୍ୟୁତ୍ କଟିଲେ ୩/୪ ଦିନ ପରେ ଲାଇନ୍ ମିଳେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।