ଭୁବନେଶ୍ୱର, ୧୯ ନଭେମ୍ବର:
କେନ୍ଦ୍ରୀୟ ଇସ୍ପାତ ଓ ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ବୁଧବାର ଓଡ଼ିଶାର ରାଉରକେଲା ଇସ୍ପାତ କାରଖାନା (RSP) ପାଇଁ ଏକ ବୃହତ୍ ସମ୍ପ୍ରସାରଣ ଯୋଜନା ଘୋଷଣା କରିଛନ୍ତି। ପ୍ରାୟ ୩୦,୦୦୦ କୋଟି ଟଙ୍କା ବିନିଯୋଗ ମାଧ୍ୟମରେ RSPର ବାର୍ଷିକ ଉତ୍ପାଦନ କ୍ଷମତାକୁ ୨୦୩୦ ସୁଦ୍ଧା ଦ୍ୱିଗୁଣା କରି ୯.୮ ମିଲିୟନ ଟନ୍ କରାଯିବ।
ମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି ଯେ RSPକୁ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କରିବା ପାଇଁ ୯,୦୦୦ କୋଟି ଟଙ୍କାର ଆଧୁନିକୀକରଣ ପ୍ରକଳ୍ପ ଆରମ୍ଭ ହେବ। ତାଙ୍କ ରାଉରକେଲା ଗସ୍ତ ସମୟରେ ସେ ପ୍ରାୟ ୧,୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ, ବାର୍ଷିକ ୧ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ସ୍ଲାବ୍ କଷ୍ଟର୍ ୟୁନିଟ୍ ଉଦ୍ଘାଟନ କରିଛନ୍ତି।
ମନ୍ତ୍ରୀଙ୍କ କଥା ଅନୁସାରେ, ଏହି ବୃହତ୍ ବିନିଯୋଗ ଓ ସମ୍ପ୍ରସାରଣ ଦ୍ୱାରା—
- ସ୍ଥାନୀୟ ଯୁବମାନଙ୍କ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି ହେବ,
- MSME ଖାତିରେ ସୁଯୋଗ ବଢ଼ିବ,
- ଏବଂ RSP ଉଚ୍ଚ-ଗୁଣବତ୍ତାବାନ୍ ଇସ୍ପାତ ଉତ୍ପାଦନରେ ଏକ ଅଗ୍ରଣୀ କେନ୍ଦ୍ର ଭାବେ ଦେଶରେ ସ୍ଥାନ ପାଇବ।
ମନ୍ତ୍ରଣାଳୟ ଓଡ଼ିଶା ସରକାର ସହ ଘନିଷ୍ଠ ସମନ୍ୱୟରେ ଏହି ସମ୍ପ୍ରସାରଣ କାମକୁ ଶୀଘ୍ର ଗତିରେ ଆଗେଇ ନେବାକୁ ପ୍ରସ୍ତୁତ ହେଉଛି ବୋଲି ସେ ସପ୍ଷଟ କରିଛନ୍ତି।





