ଭୁବନେଶ୍ବର: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ୍) ମୁଖ୍ୟ ସରସଂଘଚାଳକ ମୋହନ ଭାଗବତ ଆଜିଠାରୁ ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ କଟକ ଜିଲ୍ଲାର ଗତିରାଉତପାଟଣା ଅଞ୍ଚଳରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଅଂଶ ନେବେ।
ଭାଗବତ ଆଜି ସନ୍ଧ୍ୟା ୬ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ସେ ଦିଗରେ ଗତିରାଉତପାଟଣା ଯାଇ, ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା କାର୍ଯ୍ୟକ୍ରମର ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମ ୧୨ ରୁ ୧୬ ମଇ ପର୍ଯ୍ୟନ୍ତ ଚାଲିବ।
କାର୍ଯ୍ୟକ୍ରମ ଅବଧିରେ ମୋହନ ଭାଗବତ ବିଭିନ୍ନ ଅଧିବେଶନରେ ଅତିଥି ଭାବେ ଉପସ୍ଥିତ ରହି ବ୍ୟାଖ୍ୟାନ ଦେବେ। ତାଙ୍କ ଓଡ଼ିଶା ଗସ୍ତ ଦୃଷ୍ଟିରେ ରଖି, ଗତିରାଉତପାଟଣା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ନୂଆଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି।