ଭୁବନେଶ୍ୱର (୧୫ ମେ): ବିଜୁ ଜନତା ଦଳ (ବିଜେଡି) ଦ୍ୱାରା ନିକଟରେ ଗଠିତ ସଂଖ୍ୟାଲଘୁ ସେଲ ନେଇ ବିଦ୍ରୋହର ହାସ ଶୁଣାଯାଉଛି । ସୂଚନା ଅନୁସାରେ, ଏହି କମିଟିର ସାଉଥ୍ ଜୋନ କୋ-ଅର୍ଡିନେଟର୍ ଭାବରେ ନିଯୁକ୍ତ ହୋଇଥିବା ବିଜେଡି ସାଂସଦ ମୁନ୍ନା ଖାଁ ଏବେ ଏହି ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ତେଜ ହୋଇଛି ।
ଯଦିଓ ଆଉପଚାରିକ ଭାବେ ଦଳ କୋଣସି ଘୋଷଣା କରିନାହିଁ, ତଥାପି ମୁନ୍ନା ଖାଁଙ୍କ ନବୀନ ନିବାସ ଯାତ୍ରା ଓ ତାଙ୍କ ଅସନ୍ତୋଷ ପ୍ରକାଶ ପାଇଥିବା ସୂଚନା ମଧ୍ୟ ଚର୍ଚ୍ଚାକୁ ଅଧିକ ତିବ୍ର କରିଛି ।
ଗତ ୫ ତାରିଖରେ, ବିଜେଡି ତାଙ୍କର ସଂଖ୍ୟାଲଘୁ ସେଲ ଘଠନ କରିଥିଲା । ଏହି କମିଟିର କନଭେନର୍ ଭାବରେ ଦିଲ୍ଲୀପ ତିର୍କୀଙ୍କୁ ଓ ସାଉଥ୍ ଜୋନ କୋ-ଅର୍ଡିନେଟର୍ ଭାବରେ ମୁନ୍ନା ଖାଁଙ୍କୁ ନିଯୁକ୍ତ କରାଯାଇଥିଲା । ତେବେ ଏହି ଦାୟିତ୍ୱ ଉପରେ ତାଙ୍କ ଅସନ୍ତୋଷ ଥିବା ଏବଂ ଏହି ଭୂମିକା ଗ୍ରହଣ କରିବାକୁ ଅନାଗ୍ରହ ଥିବା ଗୁଞ୍ଜନ ଶୁଣାଯାଉଛି ।
ସୂଚନା ଅନୁଯାୟୀ, ମୁନ୍ନା ଖାଁ ନବୀନ ନିବାସରେ ସିଧାସଳଖ ବେଳେ ଦଳନେତାଙ୍କ ସମ୍ମୁଖରେ ତାଙ୍କ ଅସନ୍ତୋଷ ଜଣାଇ ଏହି ଦାୟିତ୍ୱ ଛାଡ଼ିବା ଇଚ୍ଛା ପ୍ରକାଶ କରିଥିବାରୁ ଦଳ ମଧ୍ୟରେ ଅନ୍ତର୍ଦ୍ୱନ୍ଦ ଦେଖା ଦେଉଛି ।