ଭୁବନେଶ୍ୱର, ୧୮/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦ ଜୁନର ଓଡ଼ିଶା ଗସ୍ତ ଦୃଷ୍ଟିରେ ଭୁବନେଶ୍ୱର ଓ କଟକ ସହରର ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି। ଏନେଇ ଗଣଶିକ୍ଷା ବିଭାଗ ଖୋର୍ଦ୍ଧା ଓ କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ସୂଚନା ଦେଇଛି।

ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସି ପାଲ୍ଟି ରୋଡ ରେ ରୋଡ ସୋ’ କରିବେ। ଏହି କାର୍ଯ୍ୟକ୍ରମ ସମୟରେ ଭାରି ଟ୍ରାଫିକ୍‌ ଅବରୋଧ ହେବାର ଆଶଙ୍କା ଥିବାରୁ ଅଞ୍ଚଳର ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଏହି ଛୁଟି ସରକାରୀ ଓ ବେସରକାରି ଉଭୟ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ପାଇଁ ଲାଗୁ ହେବ।