ଭୁବନେଶ୍ୱର: ଆଗାମୀ ସେପ୍ଟେମ୍ବର ୨୮ରେ ରାଜଧାନୀ ଭୁବନେଶ୍ୱରରେ ଦ୍ବିତୀୟ ମେଡିଏସନ ସମ୍ମିଳନୀ ଅନୁଷ୍ଠିତ ହେବ। ଏହା ସମ୍ପର୍କରେ ସୂଚନା ଦେଇଥିବାରୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ପ୍ରଥମ ସମ୍ମିଳନୀ ଦିଲ୍ଲୀରେ ହୋଇଥିଲା, ଦ୍ବିତୀୟଟି ଏବେ ଓଡ଼ିଶାରେ ଆୟୋଜିତ ହେବ।

ଆଗାମୀ ସମ୍ମିଳନୀ ପାଇଁ ହାଇକୋର୍ଟ ଓ ସଚିବସ୍ତରୀୟ ବୈଠକରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମନ୍ତ୍ରୀ ଜଣାଇଛନ୍ତି, ରାଷ୍ଟ୍ରପତିଙ୍କୁ ଏହି ସମାରୋହରେ ଯୋଗଦେବାକୁ ଅନୁରୋଧ କରାଯାଇଛି। ପ୍ରଧାନ ବିଚାରପତି ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନେ ମଧ୍ୟ ଉପସ୍ଥିତ ରହିବେ।

ମେଡିଏସନ ସମ୍ମିଳନୀ ଆଗାମୀ ଦିନରେ ବିଭିନ୍ନ କେସ୍‌ରେ ମକଦ୍ମା କମାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ସେହିପରି, ଏହି ଆଲୋଚନା ଦ୍ୱାରା ମେଡିଏସନ ଆକ୍ଟର ସୁଗମତା ବଢ଼ିବ ବୋଲି ଆଇନ ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।