ଭୁବନେଶ୍ୱର, ୧୭ ଜୁଲାଇ – FM କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାରା ଓଡିଶା ରାଜନୀତି ରଉଦ୍ରରୂପ ଧାରଣ କରିଛି। ଏହି ଘଟଣାକୁ ନେଇ ରାଜ୍ୟ ସରକାର ବିପକ୍ଷଙ୍କ ଆକ୍ରମଣ ତଳେ ରହିଛି। ଏହି ପରିପ୍ରେକ୍ଷିତିରେ ଉଚ୍ଚ ଶିକ୍ଷା ବିଭାଗ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି।
ଉଚ୍ଚ ଶିକ୍ଷା ବିଭାଗର କମିଟି ତଦନ୍ତ କରିବ:
୧୮ ଓ ୧୯ ଜୁଲାଇରେ ବାଲେଶ୍ୱର FM କଲେଜକୁ ଯିବ ଉଚ୍ଚ ଶିକ୍ଷା ବିଭାଗର ଉଚ୍ଚସ୍ତରୀୟ କମିଟି। ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା ଉପରେ ଗଭୀର ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ କରିବ। ICC (Internal Complaint Committee) ସଦସ୍ୟମାନେ ତଦନ୍ତ ସମୟରେ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ମିଳିଛି।
ପ୍ରାଥମିକ ତଦନ୍ତ ଓ କ୍ରାଇମବ୍ରାଞ୍ଚ କାର୍ଯ୍ୟ:
- ୧୩ ଜୁଲାଇରେ ଉଚ୍ଚ ଶିକ୍ଷା ବିଭାଗ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଥିଲା।
- କ୍ରାଇମବ୍ରାଞ୍ଚ ଟିମ ୩.୫ ଘଣ୍ଟା ଧରି କଲେଜରେ ତଦନ୍ତ କରିଛି।
- ଘଟଣା ସନ୍ଦର୍ଭରେ ୪ ଜଣଙ୍କୁ ପଚରାଉଚରା କରାଯାଇଛି, ଯେଉଁଥିରେ ICC ସଦସ୍ୟ ଓ କଲେଜ କର୍ମଚାରୀ ମଧ୍ୟ ଅଛନ୍ତି।
- କ୍ରାଇମବ୍ରାଞ୍ଚ ଆଇଜି ଏସ ସାଇନି କହିଛନ୍ତି ଯେ ଘଟଣାର ନିରପେକ୍ଷ ତଦନ୍ତ ଚାଲିଛି।