ଭୁବନେଶ୍ୱର, ୪ ସେପ୍ଟେମ୍ବର: ରାଜ୍ୟ ସରକାରଙ୍କ ଆକାଂକ୍ଷୀ ‘ସୁଭଦ୍ରା’ ଯୋଜନାରେ ଅନେକ ଅଯୋଗ୍ୟ ମହିଳା ସାମିଲ ହୋଇଥିବା ଅଭିଯୋଗ ପରେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଚାରିଚକିଆ ଗାଡ଼ି ଥିବା ହିତାଧିକାରୀଙ୍କୁ ବାଦ କରିବାକୁ ସରକାରୀ ସ୍ତରରୁ ସ୍ପଷ୍ଟ ସନ୍ଦେଶ ଦିଆଯାଇଛି।

ବିଭାଗଗୁଡ଼ିକୁ ନୋଟିସ୍

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବାଣିଜ୍ୟ ଓ ପରିବହନ ବିଭାଗକୁ ପତ୍ର ଲେଖାଯାଇଛି। ବାହାନ ଡାଟାବେସ୍‌ରୁ ଚାରିଚକିଆ ଥିବା ମହିଳାଙ୍କ ତଥ୍ୟ ସହିତ ଯୋଜନାର ହିତାଧିକାରୀଙ୍କୁ ମେଳ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି, ମୃତ ହିତାଧିକାରୀଙ୍କ ତଥ୍ୟ ସ୍ୱାସ୍ଥ୍ୟ ଓ ଖାଦ୍ୟ ବିଭାଗ ସହିତ ମେଳାଇ ଯାଞ୍ଚ କରିବାକୁ କୁହାଯାଇଛି।

ଯୋଜନାରେ ଅସନ୍ତୋଷ

ଗତବର୍ଷ ସେପ୍ଟେମ୍ବର ୧୭ରେ ଶୁରୁ ହୋଇଥିବା ସୁଭଦ୍ରା ଯୋଜନାରେ ଲକ୍ଷାଧିକ ମହିଳା ୧୫,୦୦୦ ଟଙ୍କା ୩ଟି କିସ୍ତିରେ ପାଇଥିବାବେଳେ, ଯୋଗ୍ୟ ହୋଇଥିଲେ ମଧ୍ୟ ଅନେକ ମହିଳା ବଞ୍ଚିତ ହୋଇଛନ୍ତି। ଗୁଣପୁର ଅଞ୍ଚଳର ୫୦ରୁ ଅଧିକ ଆଦିବାସୀ ମହିଳା ସହକାରୀ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଦାଖଲ କରି ଯୋଜନାରେ ସାମିଲ କରିବାକୁ ଦାବି କରିଛନ୍ତି।

ଅଯୋଗ୍ୟଙ୍କୁ ବାଦରେ କଠୋର ସରକାର

ସରକାରୀ ତଦନ୍ତରେ ଶିଥିଳତାରେ ଯୋଗ୍ୟମାନେ ବଞ୍ଚିତ ହେବା ଓ ଅଯୋଗ୍ୟମାନେ ସାମିଲ ହେବାର ଅଭିଯୋଗ ଆସିଥିବାରୁ, ସରକାର ଏବେ କଠୋର ପଦକ୍ଷେପ ନେବାର ସନ୍ଦେଶ ଦେଇଛି।