କରଞ୍ଜିଆ: Karanjia ବ୍ଲକ୍ରେ ହଠାତ୍ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଭୟାବହ ତାଣ୍ଡବ ରଚିଛି। ମାତ୍ର ୧୫ ମିନିଟ୍ର ଏହି ପ୍ରଳୟରେ ୫ଟି ପଞ୍ଚାୟତ ଅନ୍ତର୍ଗତ ୧୨ଟି ଗାଁର ପ୍ରାୟ ୧୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୮ ଜଣ ଗୁରୁତର ଓ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୨ଟା ୪୫ ମିନିଟ୍ ସମୟରେ Mayurbhanj districtର Karanjia ବ୍ଲକ୍ର ବଳା ପଞ୍ଚାୟତ ଅନ୍ତର୍ଗତ କିଆ-ପାଣପୋସ ଅଞ୍ଚଳରେ ହଠାତ୍ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥିଲା। ମାତ୍ର ୧୫ ମିନିଟ୍ରେ ଏହା ବଳା, ଦରି, ବାଟପଳସା, ବଡ଼ଗାଁ ଓ ତାଟୋ ପଞ୍ଚାୟତ ଅନ୍ତର୍ଗତ ୧୨ଟି ଗାଁକୁ କବଳିତ କରିଥିଲା। କିଆ-ପାଣପୋସ ଗାଁ ସମ୍ପୂର୍ଣ୍ଣ ଉଜୁଡ଼ିଯାଇଥିବାବେଳେ କିଆ, ଡୁମୁରିଆ, ବଳା, ପିଛୁଳି, ତାଟୋ, ବାଟପଳସା, ସଲରପଦା, କଙ୍କଡ଼ା ଓ ପୁରୁଣାପାଣି ଭଳି ଗାଁରେ ବ୍ୟାପକ କ୍ଷତି ଘଟିଛି।
ଘୂର୍ଣ୍ଣିଝଡ଼ର ତୀବ୍ର ପବନରେ ଶହଶହ ଗଛ ଭାଙ୍ଗିପଡ଼ିଥିବାବେଳେ ଅନେକ ଗଛ ଉପୁଡ଼ିଯାଇଛି। ସେହିପରି ବିଦ୍ୟୁତ୍ ଖୁଣ୍ଟ ଧରାଶାୟୀ ହୋଇପଡ଼ିଛି। ପ୍ରାୟ ୨୦୦ରୁ ଅଧିକ ଘର ଭାଙ୍ଗିଯାଇଥିବାବେଳେ ଶତାଧିକ ଘରର ଛାଦ ଉଡ଼ିଯାଇଛି। ପ୍ରବଳ ପବନରେ ସାଇକେଲ୍ ଓ ବାଇକ୍ ମଧ୍ୟ ଉଡ଼ି ଅନ୍ୟତ୍ର ପଡ଼ିଥିବା ଦେଖାଯାଇଛି।
ଏହି ସମୟରେ National Highway 220ର କଙ୍କଡ଼ା ନିକଟରେ ୬ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋକୁ ପବନ ଉଡ଼ାଇ ପୋଖରୀରେ ପକାଇଦେଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। କାର୍, ବସ୍ ଓ ଟ୍ରକ୍ ଭଳି ଯାନବାହନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ଝଡ଼ବାତାସରେ Kendujhar districtର ସାହାରପଡ଼ା ବ୍ଲକ୍ ହଳଦୀବଟାର ପୁଲିସ ନାଏକ (୪୨) ଓ ବାଟପଳସା ପଞ୍ଚାୟତ ପୁରୁଣାପାଣିର ମାଳତୀ ମହାନ୍ତ (୫୫)ଙ୍କ ମୃତ୍ୟୁ ଘଟିଛି। ଗୁରୁତର ଆହତମାନଙ୍କୁ Kendujhar ଓ Cuttackର ବଡ଼ ଡାକ୍ତରଖାନାକୁ ପଠାଯାଇଥିବା ବେଳେ ଅନେକ ଆହତଙ୍କ ଚିକିତ୍ସା କରଞ୍ଜିଆ ଓ ତାଟୋ ଡାକ୍ତରଖାନାରେ ଚାଲିଛି।
ଘଟଣା ପରେ ସ୍ଥାନୀୟ ପ୍ରଶାସନ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଯୁବକମାନେ ମିଶି ଉଦ୍ଧାର କାର୍ଯ୍ୟ ଚାଲାଇଛନ୍ତି। ଏହା ସହ Ganesh Ram Singh Khuntia ପରିସ୍ଥିତି ସମ୍ପର୍କରେ ଅବଗତ ହୋଇ ପ୍ରଶାସନକୁ ଆହତଙ୍କ ଚିକିତ୍ସା ଓ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।





