କୋଣାର୍କ: ପୁରୀ ଜିଲାର ପ୍ରସିଦ୍ଧ ଚନ୍ଦ୍ରଭାଗା ସମୁଦ୍ରତଟରେ ରବିବାର ଏକ ଦୁର୍ଘଟଣା ଘଟି ୩ ଯୁବକଙ୍କ ଜୀବନ ନଷ୍ଟ ହୋଇଛି। ମୃତକମାନଙ୍କ ମଧ୍ୟରୁ ୨ ଯୁବକ ଭୁବନେଶ୍ୱରର ଓ ଅନ୍ୟ ୧ ଜଣ କଟକର ପାହାଳ ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

ଖବର ଅନୁସାରେ, ସମୁଦ୍ରରେ ସ୍ନାନ କରୁଥିବା ସମୟରେ ଚନ୍ଦ୍ରଭାଗା ଇକୋ ରିଟ୍ରିଟ୍‌ ନିକଟରେ ୨ ଯୁବକ ବୁଡ଼ି ଯାଇଥିଲେ। ଏହା ସହିତ କିଛି ଦୂରରେ ଅନ୍ୟ ଜଣେ ଯୁବକ ବୁଡ଼ି ଜୀବନ ହାରାଇଥିଲେ।

ଏହି ଘଟଣାରେ ସମୁଦ୍ରତଟ ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ପରିବାର ସଦସ୍ୟମାନେ ଘଟଣାସ୍ଥଳକୁ ପହଞ୍ଚିଥିବା ବେଳେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।