ଭୁବନେଶ୍ୱର, ୨୬ ଜୁନ: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ଭାରତର ଉପ-ରାଷ୍ଟ୍ରପତି ଜଗଦୀପ ଧନକଡ଼। ପୁରୀରେ ଅନୁଷ୍ଠିତ ହେଉଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ସେ ଆସିବେ ବୋଲି ରାଜ୍ୟର ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି।

ଉପ-ରାଷ୍ଟ୍ରପତିଙ୍କ ଏହି ଦର୍ଶନ ସହିତ ଅନେକ ଶିଳ୍ପପତି ଓ VVIP ବ୍ୟକ୍ତିମାନେ ମଧ୍ୟ ରଥଯାତ୍ରା ଦେଖିବା ପାଇଁ ପୁରୀ ଆସିବେ ବୋଲି ଖବର ମିଳିଛି। ଏହି ଦୃଷ୍ଟିରୁ ପୁରୀରେ ସୁରକ୍ଷା ବ୍ୟବସ୍ଥା ଜୋରଦାର କରାଯାଇଛି। ଭୁବନେଶ୍ୱର ଉତ୍ତରା ଛକ ଠାରୁ ପୁରୀ ପର୍ଯ୍ୟନ୍ତ ୨୭୫ଟି ଏଆଇ ଭିତ୍ତିକ ସିସିଟିଭି କ୍ୟାମେରା ଲଗାଯାଇଛି, ଯାହା ଦ୍ୱାରା ଭିଡ଼ ଓ ଟ୍ରାଫିକ ଉପରେ ସଜଗ ନଜର ରଖାଯିବ।

ପୁରୀ ଟାଉନ ଥାନାରେ ଖୋଲାଯାଇଛି ଏକ ସ୍ୱତନ୍ତ୍ର “ଇଣ୍ଟିଗ୍ରେଟେଡ କମାଣ୍ଡ କଂଟ୍ରୋଲ ରୁମ”, ଯାଁଠାରୁ ୨୪ ଘଣ୍ଟିଆ ଭାବରେ ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ କରାଯିବ। ଏହା ସହିତ, ଭକ୍ତମାନେ ଟ୍ରାଫିକ ସୂଚନା ପାଇଁ ହ୍ଵାଟସଅପ ମାଧ୍ୟମରେ ସହଯୋଗ ମିଳିବେ।

ଏଥିପାଇଁ ପ୍ରାୟ ୧୦ ହଜାର ପୋଲିସ କର୍ମଚାରୀ ସୁରକ୍ଷାରେ ନିଯୁକ୍ତ ହେବେ। ଆଜି ରାତିଠାରୁ ପୁରୀ ଓ ତାହା ସାମ୍ନାରେ ଟ୍ରାଫିକ କଟକଣା ଲାଗୁ ହେବ।