ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ Amit Shah ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଭୁବନେଶ୍ୱର ପହଞ୍ଚିଛନ୍ତି। ସେ ସ୍ବତନ୍ତ୍ର ବାୟୁସେନା ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଥିଲେ। ଏଠାରେ ତାଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ Mohan Charan Majhi ଓ କେନ୍ଦ୍ରମନ୍ତ୍ରୀ Dharmendra Pradhan ସ୍ବାଗତ କରିଥିଲେ।
ଦିନିକିଆ ଗସ୍ତ ସମୟରେ ଶାହ କଟକ, ପାରାଦୀପ ଓ ଭୁବନେଶ୍ୱର ସହିତ ଅନ୍ୟାନ୍ୟ ସ୍ଥାନରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ପ୍ରଥମେ ସେ କଟକର ମୁଣ୍ଡଳୀରେ ଥିବା ସିଆଇଏସଏଫ୍ର କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି।
ଏହାପରେ ପାରାଦୀପରେ Indian Farmers Fertiliser Cooperative Limited (ଇଫ୍କୋ) ପକ୍ଷରୁ ସ୍ଥାପିତ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟକୁ ଉଦ୍ଘାଟନ କରିବେ। ଅପରାହ୍ନରେ ଜଟଣୀରେ National Forensic Sciences University (ଏନଏଫଏସଏୟୁ) ଓ Central Forensic Science Laboratory (ସିଏଫଏସଏଲ୍) ପାଇଁ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
ସେଠାରୁ ଫେରି ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ନ୍ୟାୟ ସଂହିତା’ ପ୍ରଦର୍ଶନୀରେ ମଧ୍ୟ ଯୋଗଦେବେ। ସନ୍ଧ୍ୟା ସମୟରେ ସେ ଦିଲ୍ଲୀକୁ ଫେରିଯିବେ ବୋଲି ସୂଚନା ମିଳିଛି।
ଶାହଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।





