ଭୁବନେଶ୍ୱର (୧୯ ଜୁଲାଇ): ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଜଣେ ନାବାଳିକା ଉପରେ ନିଆଁ ଲଗାଇ ହତ୍ୟାଚେଷ୍ଟା ଘଟଣା ପରେ ରାଜନୈତିକ ଅଭିଯୋଗ ଓ ପ୍ରତିଯୋଗ ତୀବ୍ର ହୋଇଯାଇଛି। ଏହି ଘଟଣାକୁ ନେଇ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପରେ ଆକ୍ରମଣ ଚାଲାଇଛନ୍ତି।

ଲେଖାଶ୍ରୀ କହିଛନ୍ତି, “ଏମ୍ସରେ ଚିକିତ୍ସାଧୀନ ନାବାଳିକା ନିଜ ନିର୍ବାଚନ ମଣ୍ଡଳୀର ହେବା ସତ୍ତ୍ୱେ ପ୍ରଭାତୀ ପରିଡ଼ା ଘଟଣା ସ୍ଥଳକୁ ଯାଇନାହାନ୍ତି। ତାଙ୍କୁ ଏମ୍ସକୁ ଆସି ନିଜର ଦାୟିତ୍ୱ ପୂରଣ କରିବା ଦରକାର। ବିଜେପି ସରକାର ଆସିବା ପରେ ରୋଜ ଦିନ ମହିଳା ଉପରେ ହିଂସା ଘଟୁଛି। ଦିନକୁ ୧୫ଟି ଦୁଷ୍କର୍ମ ଘଟଣା ଘଟୁଛି। ବାଲେଶ୍ୱର ପରେ ବଳଙ୍ଗା ଘଟଣା ଏହାର ଉଦାହରଣ।”

ସେ ଅଭିଯୋଗ କରିଛନ୍ତି ଯେ ଦୁର୍ବୃତ୍ତମାନେ ନାବାଳିକାଙ୍କୁ ଅପହରଣ କରି ଏକ ନିର୍ଜନ ସ୍ଥାନରେ ନିଆଁ ଲଗାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

“ପ୍ରଭାତୀ ପରିଡ଼ା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ହେବା ସତ୍ତ୍ୱେ ଘଟଣା ପରେ ୧୪ ଘଣ୍ଟା ବିତି ଯିବା ସତ୍ତ୍ୱେ ଏଯାଁ ଆସିନାହାନ୍ତି। ଏହା ଲୋକଙ୍କର ବିଶ୍ୱାସ ଉପରେ ଆଘାତ।” — ଲେଖାଶ୍ରୀ ସାମନ୍ତସିଂହା

ସେ ଆହ୍ବାନ କରିଛନ୍ତି ଯେ ପୀଡ଼ିତା ଝିଅଙ୍କୁ ଭଲ ଚିକିତ୍ସା ପାଇଁ ଆବଶ୍ୟକ ହେଲେ ଦିଲ୍ଲୀ, ମୁମ୍ବାଇ କିମ୍ବା ସିଙ୍ଗାପୁର ପର୍ଯ୍ୟନ୍ତ ନେଇଯିବା ଉଚିତ। ଏହି ମାମଲାରେ ଅପରାଧୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ।

ବିଜେଡି ଅନ୍ୟ ନେତ୍ରୀ ସୁଲୋଚନା ଦାସ ଓ ଟୁକୁନି ସାହୁ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଏହି ମାମଲାର ନିନ୍ଦା କରିଛନ୍ତି। ସେମାନେ କହିଛନ୍ତି, ଏମ୍ସ ରୁ ଏୟାର ଲିଫ୍ଟିଂ କରି ବାହାରେ ଉଚ୍ଚମାନର ଚିକିତ୍ସା କରାଯାଉ ଓ ତୁରନ୍ତ ନ୍ୟାୟ ଦେଇଯିବା ଦରକାର।

ଏହି ମାମଲା ପୁନିଥରେ ରାଜ୍ୟରେ ମହିଳା ସୁରକ୍ଷା ଓ ଶାସନ୍ତନ୍ତ୍ର ଉପରେ ପ୍ରଶ୍ନ ଉଠାଇଛି।