ଭୁବନେଶ୍ୱର: ରାଜ୍ୟରେ ଚାଲୁଥିବା ପ୍ରଶ୍ନପତ୍ର ଲିକ୍ ପରମ୍ପରାକୁ ନେଇ ବିଜେଡି ଶକ୍ତ ଭାବରେ ବିଜେପି ସରକାରକୁ ଆକ୍ରମଣ କରିଛି। ୧୮ ମାସରେ ୧୮ରୁ ଅଧିକ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହେବା ଉପରେ ଆପତ୍ତି ଜଣାଇ ବିଜେଡି କହିଛି ଯେ ଏହା ରାଜ୍ୟର ପରୀକ୍ଷା ପ୍ରଣାଳୀକୁ ଧ୍ୱସ କରୁଛି ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛି।
“ପ୍ରଶ୍ନପତ୍ର ଲିକ୍ IPL–OPL ଭଳି ପ୍ରସିଦ୍ଧ”—ବିଜେଡିର କଟୁ ଟୀକା
ବିଜେଡି କହିଛି ଯେ ବିଜେପି ସରକାର ଶାସନ ନ ନେଇ ପାରୁଥିବା ଫଳରେ ପ୍ରଶ୍ନପତ୍ର ଲିକ୍ ରାଜ୍ୟରେ IPL ପରି OPL (Odisha Paper Leak) ଭାବରେ ‘ପ୍ରସିଦ୍ଧ’ ହୋଇପଡ଼ିଛି।
ପରୀକ୍ଷା ନିୟନ୍ତ୍ରଣ ବୋର୍ଡ୍ ରହି ବି ସରକାର ପରୀକ୍ଷାକୁ ସୁରକ୍ଷିତ ଭାବେ କରାଇପାରୁନଥିବାକୁ ବିଜେଡି ପ୍ରଶ୍ନ କଲା—
“ଯଦି ପରୀକ୍ଷା ସୁରକ୍ଷିତ ନୁହେଁ, ତେବେ ରାଜ୍ୟ ପ୍ରଶାସନ କିପରି ସୁରକ୍ଷିତ ହେବ?”
“ଜନବିଶ୍ୱାସ ବିଲ୍ ପିଲାଙ୍କୁ ଜୁଆକୁ ଠେଲୁଛି”—ବିଜେଡି ଅଭିଯୋଗ
ବିଜେଡି କହିଛି—
- ଜନବିଶ୍ୱାସ ବିଲ୍ ପିଲାଙ୍କୁ ଜୁଆ ଦିଗରେ ପ୍ରୋତ୍ସାହିତ କରୁଛି।
- ପରୀକ୍ଷା ବାତିଲ ଓ ତଦନ୍ତ କରିବା ମାତ୍ର ସରକାର ପକ୍ଷରୁ ଉତ୍ତର ନୁହେଁ।
- ସରକାର ଲୋକଙ୍କର ବିଶ୍ୱାସ ହରାଇ ଦେଉଛି।
ସହିତେ, ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି ଯେ ନୂଆ ଆଣାଯାଇଥିବା ଆଣ୍ଟି-ପେପର ଲିକ୍ ଆଇନ ରେ କେତେ କଳାତାଲିକାଭୁକ୍ତ ସଂସ୍ଥା ଉପରେ କାର୍ଯ୍ୟକଳାପ ନେଇଛନ୍ତି?
“ସରକାର ଓ ତାଙ୍କ କୋଟେରୀର ପ୍ରୋତ୍ସାହନରେ ଦଲାଲି ଚାଲୁଛି”—ବିଜେଡି
ବିଜେଡି ଅଭିଯୋଗ କରିଛି ଯେ ଦଲାଲ ଓ କଳାବଜାରୀର ମାଫିଆକୁ ସରକାର ଆଶ୍ରୟ ଦେଉଛି।
ନଚେତ ବିଜେପିର ଗୋଟିଏ ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କୁ ନିଜେ ମଧ୍ୟ ବଦନାମ କରୁଛନ୍ତି ବୋଲି ବିଜେଡି କହିଛି।
“ଛାତ୍ରଛାତ୍ରୀ ରାସ୍ତାକୁ ଆସିଲେ ସରକାର ରୋକିପାରିବେ ନାହିଁ”—ଚିନ୍ମୟ ସାହୁ
ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଚେତାବନୀ ଦେଇଛନ୍ତି—
- ଅସନ୍ତୋଷ ପୁଞ୍ଜିଭୂତ ହେଉଛି; ସମୟରେ ସରକାର ଦମକଳ ପ୍ରସ୍ତୁତ କରିରଖନ୍ତୁ।
- SI ଦୁର୍ନୀତିର ପରେ ANM ପରୀକ୍ଷାରେ ବି ବିଭ୍ରାଟ ସରକାରଙ୍କ ବିଫଳତାକୁ ଦେଖାଉଛି।
- ବିଜେଡି ଓ ଛାତ୍ରମାନେ ଆଗାମୀ ଦିନରେ ଆନ୍ଦୋଳନ କରିବେ।
- ପରୀକ୍ଷା ବିଭାଗ ଓ ପରୀକ୍ଷା ମନ୍ତ୍ରୀ ନିଯୁକ୍ତ କରି ଏଥିରେ ବିରୋଧୀ ଦଳକୁ ବି ଅଂଶୀଦାର କରିବା ଉଚିତ।





