ଭୁବନେଶ୍ୱର: ବିଜେଡି ସୁପ୍ରିମୋ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବୀନ ନିବାସ ପହଞ୍ଚିଥିଲେ। ଦୁଇଜଣଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସମ୍ପର୍କିତ ଆଲୋଚନା ସହ ସାଧାରଣ କୁଶଳାନୁଷ୍ଠାନ ହୋଇଥିଲା।

ସୂଚନାନୁସାରେ, ଡିହାଇଡ୍ରେସନ କାରଣରୁ ଗତ ରବିବାର ସନ୍ଧ୍ୟାରେ ନବୀନ ପଟ୍ଟନାୟକ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପ୍ରାୟ ୭୭ ଘଣ୍ଟା ଚିକିତ୍ସା ପରେ ସେ ସୁସ୍ଥ ହୋଇ ବୁଧବାର ନବୀନ ନିବାସକୁ ଫେରିଥିଲେ।

ତା’ପରେ ଦଳମତ ନିର୍ବିଶେଷରେ ବିଭିନ୍ନ ନେତାମାନେ ତାଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରିବା ସହ ଆଶୁ ଆରୋଗ୍ୟ କାମନା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଫୋନ୍‌ରେ ଜାଣିଥିଲେ ଏବଂ ଶୀଘ୍ର ସୁସ୍ଥତା କାମନା କରିଥିଲେ।

ସୁସ୍ଥି ପରେ ନବୀନଙ୍କୁ ଦିଲ୍ଲୀ ଆସିବା ବେଳେ ସାକ୍ଷାତ କରିବାକୁ ମୋଦି କହିଥିବା ସୂଚନା ମିଳିଛି।