ଭୁବନେଶ୍ୱର, ୨୩ ମେ – ବର୍ଷ ପୂର୍ତ୍ତି ଉତ୍ସବରେ ବ୍ୟସ୍ତ ଥିବା ବିଜେପି ସରକାର ଓଡ଼ିଶାର ଅର୍ଥନୀତି ପ୍ରତି ନଜର ଦେଉନାହାଁତି। ନବୀନ ସରକାର ଯୁଗରେ ଅର୍ଥ ପରିଚାଳନାରେ ଯେଉଁ ସୁନାମ ରାଜ୍ୟ ଅର୍ଜନ କରିଥିଲା, ତାହା ବର୍ତ୍ତମାନ ଝୁଣ୍ଡି ଯାଇଛି। ଡବଲ ଇଞ୍ଜିନ ସରକାରର ଆଶ୍ୱାସନ ଥିଲା ‘ଡବଲ ଲାଭ’, କିନ୍ତୁ ବାସ୍ତବରେ ମିଳୁଛି ‘ଡବଲ କ୍ଷତି’।
କେନ୍ଦ୍ରୀୟ ଅନୁଦାନରେ ୧୮.୯୧% ହ୍ରାସ ଦେଖାଯିବା ସହ, ରାଜ୍ୟର ନିଜସ୍ବ ଟିକସ ଓ ଅଣ-ଟିକସ ଆୟ ବି ହ୍ରାସ ପାଇଛି। ଖଣି ଖେତ୍ରରେ ତ ଆୟ ପୂର୍ବ ବର୍ଷ ଅପେକ୍ଷା ୯.୬୯% କମିଛି। ଆୟ ତଳକୁ ଯାଉଥିବା ବେଳେ, ସରକାର ବଜେଟ ଖର୍ଚ୍ଚ କରିବାରେ ବି ବିଫଳ। ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ମିଶନ ଶକ୍ତି ଭଳି ବିଭାଗରେ ଖର୍ଚ୍ଚ ବେଶି କମିଛି।
ଅର୍ଥ ନୀତି ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଏପରି ଅବସ୍ଥା ଚାଲିଥିଲେ ରାଜ୍ୟ ଭୟଙ୍କର ଅର୍ଥନୀତିକ ସଙ୍କଟ ମୁହଁଦେବ। ସମୀକ୍ଷକମାନେ କହୁଛନ୍ତି ଯେ, ଏହି ବିପର୍ଯ୍ୟସ୍ତ ପରିସ୍ଥିତି ପାଇଁ ସରକାରକୁ ଜବାବ ଦେବାକୁ ପଡ଼ିବ।