ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଭୁବନେଶ୍ବର ଗସ୍ତକୁ ନଜରରେ ରଖି, ରାଜଧାନୀ ଅଞ୍ଚଳରେ ଆସନ୍ତାକାଲି ଦ୍ୱିତୀୟାର୍ଦ୍ଧରେ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ନିଷ୍ପତ୍ତି ଭୁବନେଶ୍ବର ମହାନଗର ନିଗମ ସୀମାରେ ପଡ଼ୁଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ବ ଓ ମାଜିଷ୍ଟେରିଆଲ କୋର୍ଟକୁ ଆବର୍ତ୍ତିତ କରିଛି।
ଅତ୍ୟଧିକ ଭିଡ଼ ଓ ଯାତାୟାତ ଜଟିଳତାକୁ ଅଟକାଇବା ନିମିତ୍ତରେ ଏହି ବ୍ୟବସ୍ଥା ନିଆଯାଇଛି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜଣାଯାଇଛି। ଏନେଇ ବିଭାଗ ତରଫରୁ ଏକ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ଏବଂ ଜନତା ମଇଦାନରେ ଆୟୋଜିତ ସଭାକୁ ଦୃଷ୍ଟିରେ ରଖି, ଭୁବନେଶ୍ବର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ୧୩୩ ଟି ପ୍ଲାଟୁନ୍ ପୋଲିସ ଫୋର୍ସ ନିଯୁକ୍ତ ହେବା ସମ୍ଭାବନା ରହିଛି।
ଏହାସହ, ୨୦ ତାରିଖ ଦିନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏଯି ଛକ, ରାଜଭବନ ଗୋଲେଇ, ଜୟଦେବ ବିହାର, ଜାଭିୟର ଛକ ଓ ବିମାନବନ୍ଦର ମୁଖ୍ୟ ରାସ୍ତା ବନ୍ଦ ରହିବା ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯାଇଛି। ଆଜି ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ପାଇଁ ରିହର୍ସାଲ୍ ବ୍ୟବସ୍ଥା ମଧ୍ୟ ହେବାକୁ ଯାଉଛି।