ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ଭାରତ ଉପରେ ଲଗାଯାଇଥିବା ଉଚ୍ଚ ଶୁଳ୍କ ପଦକ୍ଷେପକୁ ନିୟେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଭାରତ ଆଗକୁ ବଢ଼ୁଥିବାରୁ ଆନ୍ତର୍ଜାତୀୟ ଶକ୍ତିମାନେ ଭୟଭୀତ ହେଇ ଏଭଳି ପଦକ୍ଷେପ ନେଉଛନ୍ତି।

ନାଗପୁରରେ ବ୍ରହ୍ମା କୁମାରୀ ବିଶ୍ୱ ଶାନ୍ତି ସରୋବରର ୭ମ ପ୍ରତିଷ୍ଠା ଦିବସରେ ଭାଷଣ ଦେଇ, ଭାଗବତ କହିଛନ୍ତି – “ମଣିଷ ଓ ଦେଶମାନେ ଯେପର୍ଯ୍ୟନ୍ତ ନିଜର ପ୍ରକୃତ ସ୍ୱରୂପକୁ ବୁଝିପାରିବେନି, ସେମାନେ ସମସ୍ୟାର ସମ୍ମୁଖୀନ ହେବେ। ଯଦି ଆମେ କରୁଣା ରାଖି ଭୟକୁ ଦୂର କରିବା, ତେବେ କୌଣସି ଶତ୍ରୁ ରହିବେନି।”

ସେ ଆହୁରି ଯୋଗ କରିଥିଲେ – “ବିଶ୍ୱରେ ଅନେକ ଦେଶ ଭୟ କରୁଛନ୍ତି ଯେ, ଭାରତ ଆଗକୁ ବଢ଼ିଲେ ସେମାନଙ୍କର ସ୍ଥାନ କମିଯିବ। ସାତ ସମୂଦ୍ର ଦୂରେ ଥିବା ସତ୍ତ୍ୱେ ସେମାନଙ୍କର ମନରେ ଏତେ ଭୟ ରହିଛି।”