ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଭାରତୀୟ ପଣ୍ୟରେ ୫୦% ଶୁଳ୍କ ଲାଗୁ ହୋଇଥିବା ପରିପ୍ରେକ୍ଷାରେ ଆରଏସଏସ୍ ପ୍ରମୁଖ ମୋହନ ଭାଗବତ ସ୍ୱଦେଶୀ ବ୍ୟବହାରକୁ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି — “ଭାରତୀୟମାନେ ବିଦେଶୀ ସାମଗ୍ରୀ ବଦଳରେ ନିଜ ଦେଶର ପଣ୍ୟ କିଣିବାକୁ ଆଗୁଆନ୍ ହେବା ଉଚିତ। ଏହା ଦ୍ୱାରା ଦେଶର ଆର୍ଥିକତା ମଜବୁତ ହେବ।”
ସିଟିଆଇ (ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି) ସତର୍କ କରିଛି ଯେ, ନୂତନ ଶୁଳ୍କରେ ବସ୍ତ୍ର, ଚମଡ଼ା, ଗହଣା, ଅଟୋମୋବାଇଲ୍ ଯନ୍ତ୍ରାଂଶ, କେମିକାଲ୍, ଫାର୍ମା, ସିଫୁଡ୍ ଓ ଇଲେକ୍ଟ୍ରୋନିକ୍ସ ସେକ୍ଟରରେ ଲକ୍ଷାଧିକ ଚାକିରି ବିପଦରେ ପଡ଼ିପାରେ।
ଏହି ପରିସ୍ଥିତିରେ ଭାଗବତ ସ୍ୱଦେଶୀ ପଣ୍ୟର ଆବଶ୍ୟକତାରେ ଜୋର ଦେଇ କହିଛନ୍ତି — “ଯେଉଁ ସାମଗ୍ରୀ ଆମର ଦେଶରେ ଉପଲବ୍ଧ, ସେଥିପାଇଁ ଆମଦାନି କାହିଁକି? ଯଦି ଆମେ ଘରେ ଲେମ୍ବୁ ପାଣି ପିଇପାରୁ, ତେବେ କୋକାକୋଲା କିମ୍ବା ସ୍ପ୍ରାଇଟ୍ କାହିଁକି କିଣିବା? ଯଦି ପୁଷ୍ଟିକର ଭୋଜନ ଘରେ ମିଳୁଛି, ତେବେ ପିଜା-ବର୍ଗରର ଆବଶ୍ୟକତା କ’ଣ?”
ସେ ସ୍ପଷ୍ଟ କରିଛନ୍ତି ଯେ, ଭାରତକୁ ଆନ୍ତର୍ଜାତୀୟ ବାଣିଜ୍ୟରେ କୌଣସି ଚାପକୁ ଗ୍ରହଣ କରିବା ଉଚିତ ନୁହେଁ, ବରଂ ସ୍ୱେଚ୍ଛାକୃତ ଭାବରେ ସହଭାଗୀ ହେବା ଦରକାର। ସ୍ଥାନୀୟ ଉତ୍ପାଦକୁ ପ୍ରାଥମିକତା ଦେଇ ଗ୍ରାମୀଣ ଓ ସହରାଞ୍ଚଳ ଶିଳ୍ପକୁ ସମର୍ଥନ କରିବାରେ ଭାରତ ସ୍ୱାବଲମ୍ବୀ ହେବାକୁ ପାରିବ।
ଏହି ମନ୍ତବ୍ୟ, ବୁଧବାର ଆରଏସଏସ୍ର ୧୦୦ବର୍ଷ ପୂର୍ତି ଅବସରରେ ଆୟୋଜିତ ‘୧୦୦ ବର୍ଷ କି ସଂଘ ଯାତ୍ରା: ନଏ କ୍ଷିତିଜ’ କାର୍ଯ୍ୟକ୍ରମରେ ଦ୍ୱିତୀୟ ଦିନରେ ଦିଆଗଲା।