ଭୁବନେଶ୍ୱର: ଆଜି ରାଜ୍ୟ ମନ୍ତ୍ରିପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁଥିବା ଏହି ବୈଠକ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ହେବ।
ସମସ୍ତ ମନ୍ତ୍ରୀ ବୈଠକରେ ଯୋଗ ଦେବେ। ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା ହେବା ସହିତ କିଛି ମୁଖ୍ୟ ନିଷ୍ପତ୍ତି ଉପରେ ମୋହର ମାରାଯିବାର ସମ୍ଭାବନା ରହିଛି।