ଭୁବନେଶ୍ୱର: ବିଜେଡି ଶାସନକାଳୀନେ ଓଡିଶାର କୃଷକମାନେ ଅନ୍ୟ ରାଜ୍ୟର ତୁଳନାରେ ପଛରେ ରହିଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କିନ୍ତୁ ବିଜେପି ସରକାର ଆସିବା ପରେ କୃଷକଙ୍କ ଆୟରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି ବୋଲି ସେ ଦାବି କରିଛନ୍ତି।

ବିଜେଡି ସରକାରକୁ ଆକ୍ରମଣ

ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୪ ମାସ ପୂର୍ବରୁ ବିଜେଡି ସରକାର ଥିବାବେଳେ ରିପୋର୍ଟ ଦେଖାଇଥିଲା ଯେ କୃଷକମାନେ ଲାଭ ନକରି, ବହୁତ କ୍ଷତିରେ ପଡ଼ୁଥିଲେ। ଦେଶରେ ଦ୍ୱିତୀୟ ସର୍ବନିମ୍ନ ସ୍ଥାନରେ ଥିଲା ଓଡିଶାର କୃଷକ।

ବିଜେପି ସରକାରର ପଦକ୍ଷେପ

  • ପ୍ରଥମ କ୍ୟାବିନେଟ ବୈଠକରେ ଇନପୁଟ ସବସିଡି ଦେବାକୁ ନିଷ୍ପତ୍ତି।
  • ୧୯.୭୨ ଲକ୍ଷ କୃଷକଙ୍କୁ ଖରିଫ ଓ ରବି ଋତୁରେ ସବସିଡି ପ୍ରଦାନ।
  • ୯୨.୭୩ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ – ଏପର୍ଯ୍ୟନ୍ତରେ ରେକର୍ଡ।
  • କୃଷକମାନଙ୍କୁ ୭,୫୭୩ କୋଟି ଟଙ୍କାର ସହାୟତା।

କୃଷକଙ୍କ ଆୟ ବୃଦ୍ଧି

ସୁଭଦ୍ରା, ପିଏମ କିଷାନ ଓ ସିଏମ କିଷାନ ସହିତ ବିଭିନ୍ନ ଯୋଜନା ମାଧ୍ୟମରେ କୃଷକଙ୍କ ବାର୍ଷିକ ଆୟ ୫୮ ହଜାର ଟଙ୍କାକୁ ବଢ଼ାଇବାରେ ସରକାର ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।