ନୂଆଦିଲ୍ଲୀ, ୬ ଅକ୍ଟୋବର: ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ଏହି ନିର୍ବାଚନ ଦୁଇ ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟର ଭୋଟଗ୍ରହଣ ହେବ ନଭେମ୍ବର ୬ ତାରିଖରେ ଓ ଦ୍ୱିତୀୟ ପର୍ଯ୍ୟାୟ ହେବ ନଭେମ୍ବର ୧୧ରେ। ଭୋଟଗଣନା ୧୪ ନଭେମ୍ବରରେ ହେବ। ଏହି ଘୋଷଣା ପରେ ବିହାରରେ ରାଜନୈତିକ ଉତ୍ତେଜନା ଜୋର ଧରିଛି।
ଏହି ପରିପ୍ରେକ୍ଷୀରେ, ଏଆଇଏମଆଇଏମ (AIMIM) ନେତା ଅସଦୁଦ୍ଦିନ ଓୱେସି ତେଜସ୍ୱୀ ଯାଦବଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି, ମହାଗଠବନ୍ଧନ ସହ ଏକତା କରି ନିର୍ବାଚନ ଲଢ଼ିବା ପାଇଁ ସେମାନେ ଇଚ୍ଛାପ୍ରକାଶ କରିଥିଲେ, କିନ୍ତୁ ଆରଜେଡି ଠାରୁ ସବୁଜ ସଙ୍କେତ ମିଳିନାହିଁ।
ଦରଭଙ୍ଗାରେ ଏକ ରାଲିରେ ଓୱେସି ତେଜସ୍ୱୀଙ୍କୁ ଉଦ୍ଧେଶ୍ୟ କରି କହିଥିଲେ, “ତେଜସ୍ୱୀ କହିଥିଲେ ଯେ ତାଙ୍କ ବାପା ଚିଠି ପାଇଥିଲେ, କିନ୍ତୁ ସେ ପାଇନାହାନ୍ତି। ତେଣୁ ଆମେ ମଧ୍ୟ ତାଙ୍କୁ ଚିଠି ଲେଖିବାକୁ କହିଲୁ। ଅଖତାରୁଲ ଇମାନ ଡ୍ରମ୍ ବଜାଇ ଚିଠି ନେଇ ତାଙ୍କ ଘରକୁ ଯାଇ କହିଲେ — ‘ଶୁଣ ତେଜସ୍ୱୀ, ଆମେ ଦେଉଛୁ।’”
ଓୱେସି ଆହୁରି କହିଛନ୍ତି, “ଅଖତାରୁଲ ଇମାନ ଚିଠିରେ ଲେଖିଥିଲେ ଯେ ଆମକୁ ଛଅଟି ଆସନ ଦିଅ, ମନ୍ତ୍ରୀ ପଦ ଆମେ ଚାହୁଁନାହୁଁ। କିନ୍ତୁ ତେଜସ୍ୱୀ ଏହା ଉପରେ କଥା କରିବାକୁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି।”
ତେଜସ୍ୱୀଙ୍କୁ ଚେତାବନୀ ଦେଇ ଓୱେସି କହିଛନ୍ତି, “ଆପଣଙ୍କର ଗର୍ବ ଓ ଅଭିମାନ ଆପଣଙ୍କୁ ଦୁର୍ବଳ କରିଦେବ। ଯଦି ବିହାରରେ ବିଜେପି ଏବଂ ନୀତିଶ ସରକାରକୁ ରୋକିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଓୱେସି ଓ ଅଖତାରୁଲ ଇମାନଙ୍କ ହାତ ଧରିବାକୁ ପଡିବ।”