ନୂଆଦିଲ୍ଲୀ, ୬ ଅଗଷ୍ଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ତ୍ତବ୍ୟ ପଥ ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଗତ କିଛି ବର୍ଷରେ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ଭଡ଼ା ଓ ଅନ୍ୟାନ୍ୟ ସୁବିଧା ପାଇଁ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେ କହିଛନ୍ତି ଯେ ଏହି ବ୍ୟୟ ଆଗକୁ ଜାରି ରହିବ ନାହିଁ ଓ ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବ।
ପ୍ରଧାନମନ୍ତ୍ରୀ ଏହି ବୟାନ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ ବିଳାସପୂର୍ଣ୍ଣ ଭଡ଼ା ଘର ଓ ଅନ୍ୟାନ୍ୟ ସୁବିଧା ପାଇଁ ଜନସାଧାରଣଙ୍କ ଟିକ୍ସ ଅର୍ଥ ଅପବ୍ୟବହାର ହେଉଛି, ଯାହା ସ୍ୱଚ୍ଛ ଶାସନ ଓ ଉତ୍ତରଦାୟିତ୍ୱ ର ବିରୋଧୀ। ସେ ଏହି ବ୍ୟୟ ରୋକିବାକୁ ପ୍ରଶାସନ ଓ ମନ୍ତ୍ରଣାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପ୍ରସଙ୍ଗରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟକୁ ମନ୍ତ୍ରୀମାନଙ୍କ ଘର ବଣ୍ଟନ ଓ ଭଡ଼ା ନୀତିକୁ ପୁନର୍ବିଚାର କରି ଏକ ନୂଆ ନୀତି ଆଣିବା ନିର୍ଦ୍ଦେଶ ମିଳିଛି। ଏହା ସହିତ ସରକାରୀ ଭବନ ଓ ସମ୍ପତ୍ତି ଉପରେ ନିୟମିତ ଉପଯୋଗ ବୃଦ୍ଧି ଓ ଅନାବଶ୍ୟକ ଖର୍ଚ୍ଚ କମେଇବା ପାଇଁ ଏକ ରୋଡମ୍ୟାପ ତିଆରି ହେଉଛି।
ବିଶେଷଜ୍ଞମାନେ ମନେ କରୁଛନ୍ତି ଯେ ଏହି ପଦକ୍ଷେପ ସରକାରୀ ବ୍ୟୟ ଉପରେ ଅନୁଶାସନ ଆଣିବା ସହ ଜନତାଙ୍କ ମଧ୍ୟରେ ସରକାର ପ୍ରତି ବିଶ୍ୱାସ ବଢ଼ାଇବ। ଏହି ଘୋଷଣା ରାଜନୈତିକ ମହଳ ଓ ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାପକ ଚର୍ଚ୍ଚା ହେଉଛି।





