ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ସମ୍ପର୍କରେ ସିଆରପିଏଫ (CRPF) ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ କରିଛି। ସିଆରପିଏଫର ଡିଜି ସୁରକ୍ଷା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲଙ୍କୁ ପତ୍ର ଲେଖି ସ୍ପଷ୍ଟ କରିଛନ୍ତି ଯେ, ରାହୁଲ ଗାନ୍ଧୀ ସୁରକ୍ଷା ପ୍ରୋଟୋକଲକୁ ଉଲ୍ଲଂଘନ କରୁଛନ୍ତି।

CRPF କହିଛି, ଜେଡ୍ ପ୍ଲସ୍ ବର୍ଗର ସୁରକ୍ଷିତ ବ୍ୟକ୍ତିମାନଙ୍କୁ ବିଦେଶ ଯିବାରୁ 15 ଦିନ ପୂର୍ବରୁ ଲିଖିତ ଭାବରେ ସୂଚନା ଦେବା ଆବଶ୍ୟକ, ଯାହାଦ୍ୱାରା ସେମାନଙ୍କର ସୁରକ୍ଷା ବିଦେଶୀ ଏଜେନ୍ସିଙ୍କ ସହ ସମନ୍ୱୟ ହୋଇପାରିବ। କିନ୍ତୁ, ରାହୁଲ ଗାନ୍ଧୀ ଗତ 9 ମାସରେ 6 ଥର ବିଦେଶ ଯାଇଥିବା ସତ୍ତ୍ୱେ CRPFକୁ ସୂଚନା ଦେଇନଥିଲେ।

ପତ୍ରରେ ଏହା ମଧ୍ୟ ଉଲ୍ଲେଖ ହୋଇଛି ଯେ, ରାହୁଲ ଗାନ୍ଧୀ ‘ୟେଲୋ ବୁକ୍’ ସୁରକ୍ଷା ନିୟମାବଳୀ ଓ ଏଏସଏଲ୍ (Advanced Security Liaison) ପ୍ରୋଟୋକଲ ଉପେକ୍ଷା କରିଛନ୍ତି। ଏହାର ଫଳରେ CRPFକୁ ଅନେକଥର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା।