ନୂଆଦିଲ୍ଲୀ: ଏକ “ଏଡିଟେଡ୍” ଭିଡିଓ ଉପରେ କେଜ୍ରିୱାଲଙ୍କ ପ୍ରତିକ୍ରିୟାକୁ କେନ୍ଦ୍ର କରି, ବିଜେପି ନେତ୍ରୀ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୋମବାର କଟାକ୍ଷ କରିଥିଲେ। ସେ କହିଛନ୍ତି — “ଦିନ ସାରା ମୋର ଭିଡିଓ ଓ ରିଲ୍ ଦେଖିବା ବନ୍ଦ କରନ୍ତୁ, ପଞ୍ଜାବର ବନ୍ୟାପୀଡ଼ିତଙ୍କ ଉପରେ ଧ୍ୟାନ ଦିଅନ୍ତୁ”।
ଏକ ବୈଦ୍ୟୁତିକ ବସ୍ ଡିପୋର ଶିଳାନ୍ୟାସ ଅବସରରେ ସେ କହିଥିଲେ — “କେଜ୍ରିୱାଲ ମହାଶୟ, ଆପଣ ସାରା ଦିନ ମୋର ସାକ୍ଷାତକାର ଓ ରିଲ୍ ଦେଖିବା ପେଟେ, ପଞ୍ଜାବର ଲୋକମାନଙ୍କୁ ସହାୟତା କରନ୍ତୁ। ଆପଣଙ୍କ ଦଳ (ଆପ) ସେଠାରେ କ୍ଷମତାରେ ଅଛି, କିନ୍ତୁ ପୀଡ଼ିତଙ୍କ ସହିତ କେବେ ଆପଣଙ୍କୁ ଦେଖାଯାଇନାହିଁ”।
ଉଲ୍ଲେଖନୀୟ, ନିର୍ବାଚନରେ EVM ହେରଫେର ନେଇ କଂଗ୍ରେସର ଅଭିଯୋଗକୁ ନେଇ ରେଖା ଗୁପ୍ତାଙ୍କ ପ୍ରତିକ୍ରିୟାର 14 ସେକେଣ୍ଡର ଏକ ଭିଡିଓକୁ ଅରବିନ୍ଦ କେଜ୍ରିୱାଲ X (ପୂର୍ବତନ Twitter) ରେ ସେୟାର କରିଥିଲେ। ସେଥିରେ ରେଖା ଗୁପ୍ତାଙ୍କୁ କହୁଥିବା ଶୁଣିବାକୁ ମିଳିଥିଲା — “70 ବର୍ଷ ଧରି କଂଗ୍ରେସ EVM ହେରଫେର କଲାବେଳେ ସବୁଠିକ୍ ଥିଲା, କିନ୍ତୁ ଏବେ ଆମେ କରିବାରୁ ସମସ୍ୟା କାହିଁକି?”।
ବିଜେପି ପକ୍ଷରୁ ଦାବି କରାଯାଇଛି ଯେ, କେଜ୍ରିୱାଲଙ୍କ ସେୟାର କରାଥିବା ଭିଡିଓ “ଏଡିଟେଡ୍” ଥିଲା। ପୂରା ସାକ୍ଷାତକାର ଭିଡିଓ ପ୍ରକାଶ କରି, ବିଜେପି ସ୍ପଷ୍ଟ କରିଛି ଯେ ଏହାକୁ ଭ୍ରମ ସୃଷ୍ଟି ପାଇଁ ପରିବର୍ତ୍ତନ କରାଯାଇଥିଲା।