ଭୁବନେଶ୍ୱର, 16 ସେପ୍ଟେମ୍ବର: ବିଜେଡିରେ ଚାଲୁଥିବା ତୀବ୍ର ରାଜନୈତିକ ଚର୍ଚ୍ଚାରେ ଶ୍ରୀମୟୀ ମିଶ୍ରଙ୍କ ଉକ୍ତି ଉପରେ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ କାଉଣ୍ଟର କରିଛନ୍ତି।
ପ୍ରମିଳା କହିଛନ୍ତି, “ଶ୍ରୀମୟୀ କେବେ ସନ୍ତୁଷ୍ଟ ଥିଲେ, କେବେ ଅସନ୍ତୁଷ୍ଟ ହେଲେ—ସେଥିରେ ସ୍ପଷ୍ଟତା ଆଣିବା ଆବଶ୍ୟକ। ଯିଏ ଦଳଭିତରେ ବିଶୃଙ୍ଖଳା କରିବେ, ସଭାପତି ତାଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବେ।”
ଅନ୍ୟପଟେ, ‘ଧୃତରାଷ୍ଟ୍ର’ ଆକ୍ଷେପ ପରେ ପାଣ୍ଡଆନଙ୍କୁ କଟାକ୍ଷ କରିଥିବା ଶ୍ରୀମୟୀ ସୋସିଆଲ ମିଡିଆରେ ସନ୍ନ୍ୟାସ ଏବଂ ସନ୍ନ୍ୟାସୀ ବିଷୟକ ପୋଷ୍ଟ କରିଥିଲେ। ସେ କହିଥିଲେ, “ସତ୍ୟ ସନ୍ନ୍ୟାସୀ ସର୍ବଦା ଜଗତର ମଙ୍ଗଳ କାମନା କରନ୍ତି। କିନ୍ତୁ ଆଜିର ଯୁଗରେ କିଛି ସନ୍ନ୍ୟାସୀ ନିଜ ସ୍ୱାର୍ଥ ପାଇଁ ଧର୍ମର ନାମ ନେଇଛନ୍ତି।”
ଏହି ପ୍ରସଙ୍ଗରେ ଶ୍ରୀମୟୀଙ୍କ ପୋଷ୍ଟରେ ଦଳ ଭିତରେ ଚର୍ଚ୍ଚା ଜୋରଦାର ହୋଇଛି।