ନୂଆଦିଲ୍ଲୀ, ୨୮ ଅଗଷ୍ଟ: ଏସିଆ କପ ୨୦୨୫ ଆଗାମୀ ୯ ସେପ୍ଟେମ୍ବରରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚ ୧୦ ସେପ୍ଟେମ୍ବରରେ ଭାରତ ଏବଂ UAE ମଧ୍ୟରେ ହେବ, ଯାହା ଉଭୟ ଦଳର ପ୍ରଥମ ମୁକାବିଲା ହେବ। ଏହି ମ୍ୟାଚରେ ସମସ୍ତଙ୍କ ନଜର ରହିବ ଗାଜିଆବାଦର ୨୦ ବର୍ଷୀୟ କ୍ରିକେଟର ଆର୍ଯ୍ୟାନ୍ଶ ଶର୍ମାଙ୍କ ଉପରେ, ଯିଏକି UAE ଦଳ ପାଇଁ ଚୟନିତ ହୋଇଛନ୍ତି।

ଆର୍ଯ୍ୟାନ୍ଶଙ୍କ ଜନ୍ମ ୩ ଡିସେମ୍ବର ୨୦୦୪ରେ ଉତ୍ତର ପ୍ରଦେଶର ଗାଜିଆବାଦରେ ହୋଇଥିଲା। କିନ୍ତୁ ମାତ୍ର ଦୁଇ ବର୍ଷ ବୟସରେ ସେ ତାଙ୍କ ପରିବାର ସହିତ UAE ପ୍ରବେଶ କରିଥିଲେ। ଦୁବାଇରେ ପାଠପଢ଼ା ସମୟରେ ତାଙ୍କର କ୍ରିକେଟ ପ୍ରତି ଆଗ୍ରହ ବିକଶିତ ହୋଇଥିଲା ଏବଂ ପରିବାରର ସମର୍ଥନରେ ସେ କ୍ରିକେଟରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ।

UAEର ଏସିଆ କପ ୨୦୨୫ ସମ୍ଭାବ୍ୟ ଦଳରେ ଦୁଇଜଣ ଉଇକେଟ୍‌କିପରଙ୍କୁ ସ୍ଥାନ ଦିଆଯାଇଛି, ଯାହାଙ୍କ ମଧ୍ୟରୁ ଜଣେ ଆର୍ଯ୍ୟାନ୍ଶ ଶର୍ମା। ଏହି ଯୁବ ଉଇକେଟ୍‌କିପର-ବ୍ୟାଟସମ୍ୟାନଙ୍କ ପାଇଁ ଭାରତ ବିପକ୍ଷରେ ପ୍ରଥମ ପରୀକ୍ଷା ହେବ।