ନୂଆଦିଲ୍ଲୀ, ୧ ଜୁନ: ଆଇପିଏଲ 2025ର କ୍ୱାଲିଫାୟର 2ରେ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ (MI) ଓ ପଞ୍ଜାବ କିଙ୍ଗ୍ସ (PBKS) ମଧ୍ୟରେ ଉତ୍ସାହଜନକ ମୁକାବିଲା ହେବ। ଏହି ମ୍ୟାଚର ବିଜେତା ଦଳ ଆସନ୍ତା ୩ ଜୁନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ବିରୁଦ୍ଧରେ ଫାଇନାଲ ଖେଳିବ।
AI ଭିତ୍ତିକ ପୂର୍ବାନୁମାନ ଅନୁସାରେ ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସଙ୍କ ବିଜୟ ସମ୍ଭାବନା ଅଧିକ। ଚାଟଜିପିଟି ଏହି ମ୍ୟାଚ୍ରେ MI ଙ୍କ ପକ୍ଷରେ 58% ବିଜୟ ସମ୍ଭାବନା ଦେଖାଉଛି, ଯେଉଁଠାରେ PBKS ପାଇଁ ଏହି ହାର 42%। ମୁମ୍ବାଇଙ୍କ ପ୍ଲେଅଫ ଅଭିଜ୍ଞତା, ଶକ୍ତିଶାଳୀ ବୋଲିଂ ଲାଇନଅପ ଏବଂ ଗତ ମ୍ୟାଚରେ ଦମଦାର ପ୍ରଦର୍ଶନ ତାଙ୍କୁ ଅଗ୍ରଭାଗରେ ରଖିଛି।
ଗୁଗଲ ଜେମିନି ଏହି ପୂର୍ବାନୁମାନକୁ ଅନୁମୋଦନ କରିଛି। ଏହି AI ଟୁଲ ମୁମ୍ବାଇଙ୍କୁ ଏକ ମଜବୁତ ଦଳ ବୋଲି ବ୍ୟାଖ୍ୟା କରିଛି, ବିଶେଷକରି ଗୁଜରାଟ ଟାଇଟନ୍ସ ବିପକ୍ଷରେ ଏଲିମିନେଟର ମ୍ୟାଚରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଦୃଷ୍ଟିଗତ ରଖି।
ଗ୍ରୋକ AI ପୂର୍ବାନୁମାନ:
- ମୁମ୍ବାଇ ପ୍ରଥମେ ବ୍ୟାଟିଂ କଲେ: ସେମାନେ 210–220 ରନ୍ କରି, ପଞ୍ଜାବକୁ 10–15 ରନରେ ହରାଇପାରିବେ।
- ଚେଜ୍ କଲେ: 200–215 ରନର ଲକ୍ଷ୍ୟକୁ 19 ଓଭରରେ ପୁରଣ କରିପାରିବେ।
- କିନ୍ତୁ, ପଞ୍ଜାବର ପ୍ରଭସିମରନ ସିଂହ ଓ ଜୋଶ ଇଙ୍ଗଲିସ ଦମଦାର ଆରମ୍ଭ କଲେ, ତେବେ ମୁମ୍ବାଇ ପାଇଁ ବିପଦ ସୃଷ୍ଟି ହେବ।
ଦଳଗୁଡ଼ିକର ଗତିବିଧି:
- PBKS: ଲିଗ ଅବଧିରେ 14ରୁ 9 ମ୍ୟାଚ ଜିତି ଟେବୁଲର ଶୀର୍ଷରେ ଥିଲେ, କିନ୍ତୁ କ୍ୱାଲିଫାୟର 1ରେ RCB ବିପକ୍ଷରେ ଲଜ୍ଜାଜନକ ଭାବେ 101 ରନରେ ଅଲଆଉଟ ହେଲେ।
- MI: ଲିଗରେ 8 ମ୍ୟାଚ ଜିତି ଚତୁର୍ଥ ସ୍ଥାନରେ ଥିଲେ, ଏବଂ ଏଲିମିନେଟରରେ ଗୁଜରାଟକୁ 20 ରନରେ ହରାଇ ଉତ୍କୃଷ୍ଟ ଫର୍ମରେ ଅଛନ୍ତି।
Head-to-Head:
- ଏପର୍ଯ୍ୟନ୍ତ 33 ମ୍ୟାଚରେ MI 17 ଓ PBKS 16 ଟି ଜିତିଛି।
- IPL 2025ରେ ଲିଗ ମ୍ୟାଚରେ PBKS 7 ଉଇକେଟରେ MIକୁ ହରାଇଥିଲେ।
ଅହମ୍ମଦାବାଦ ରେକର୍ଡ:
- PBKS: 6 ମ୍ୟାଚରୁ 4 ଜିତ (66.6%)
- MI: 6 ମ୍ୟାଚରୁ 1 ଜିତ (16.6%)