ଦୁବାଇ: ଏସିଆ କପ୍‌ରେ ଆଠଥର ବିଜେତା ଭାରତ ୟୁଏଇ ବିପକ୍ଷରେ ବୁଧବାର ତା’ର ଅଭିଯାନ ଆରମ୍ଭ କରିଛି। ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ଦ୍ୱିତୀୟଥର ଓ ସର୍ବମୋଟ ନବମଥର ପାଇଁ ଖିତାବ ଜିତିବାକୁ ଲକ୍ଷ୍ୟରେ ଭାରତୀୟ ଦଳ ସଜ୍ଜ। କିନ୍ତୁ, ଅନଭିଜ୍ଞ ହେଲେମଧ୍ୟ ୟୁଏଇକୁ ସହଜରେ ନେବାକୁ ନାହିଁ ବୋଲି ସ୍ପଷ୍ଟ ସନ୍ଦେଶ ଦେଇଛି।

ଟସ୍‌ରେ ଭାରତ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହାଫଳରେ ୟୁଏଇ ଟିମ୍‌ ପ୍ରଥମେ ବ୍ୟାଟିଂ କରିବ।

ଭାରତୀୟ ଟିମ୍‌: ଅଭିଷେକ ଶର୍ମା, ଶୁଭମନ ଗିଲ୍, ତିଳକ ବର୍ମା, ସୂର୍ଯ୍ୟକୁମାର ୟାଦବ (କପ୍ତାନ), ଜିତେଶ ଶର୍ମା (ୱିକେଟ୍‌କିପର), ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ହର୍ଷିତ ରାଣା, କୁଲଦୀପ ୟାଦବ, ଯଶପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ।

ୟୁଏଇ ଟିମ୍‌: ମହମ୍ମଦ ୱାସିମ (କପ୍ତାନ), ଆଲିସାନ ସାଫୁ, ରାହୁଲ ଚୋପ୍ରା (ୱିକେଟ୍‌କିପର), ଆସିଫ ଖାନ୍, ମହମ୍ମଦ ଫାରୁକ୍, ହର୍ଷିତ କୌଶିକ, ମହମ୍ମଦ ଜୋହେବ, ମହମ୍ମଦ ଜୱାଦୁଲ୍ଲା, ହାଇଦର ଅଲୀ, ଜୁନେଇଦ ସିଦ୍ଦିକି, ମହମ୍ମଦ ରୋହିଦ।