ଆବୁଧାବି, ୨୩ ସେପ୍ଟେମ୍ବର: ଏସିଆ କପ୍-୨୦୨୫ର ସୁପର-୪ ମୁକାବିଲାରେ ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମରେ ପାକିସ୍ତାନଙ୍କ ସାମ୍ନାରେ ଶ୍ରୀଲଙ୍କା ୧୩୪ ରନ୍ର ବିଜୟ ଲକ୍ଷ୍ୟ ରଖିଛି। ନିର୍ଦ୍ଧାରିତ ୨୦ ଓଭରରେ ଶ୍ରୀଲଙ୍କା ୭ ୱିକେଟ୍ରେ ୧୩୩ ରନ୍ କରିଥିଲା।
ପାକିସ୍ତାନ ପାଇଁ ସାହିନ ଆଫ୍ରିଦି ଅଗ୍ରଣୀ ଭୂମିକା ନେଇ ୪ ଓଭରରେ ୨୮ ରନ୍ ଖର୍ଚ୍ଚ କରି ୩ଟି ୱିକେଟ୍ ନେଇଥିଲେ। ତାଙ୍କୁ ସହାୟତା କରିଥିଲେ ହରିସ ରଉଫ ଓ ହୁସେନ ତଲାତ, ଯିଏମାନେ ୨ଟି କରି ୱିକେଟ୍ ଧରିଥିଲେ।
ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କାର ଆରମ୍ଭଟି ଅସଫଳ ହୋଇଥିଲା। କୁସାଲ ମେଣ୍ଡିସ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଶିଘ୍ର ପରେ ପାଥୁମ ନିଶଙ୍କା ୮ ରନ୍ରେ ପାଭିଲିଅନ୍କୁ ଫେରିଥିଲେ।
ଶ୍ରୀଲଙ୍କା ପାଇଁ କାମିନ୍ଦୁ ମେଣ୍ଡିସ ସର୍ବାଧିକ ୫୦ ରନ୍ କରିଥିଲେ। ଏଥିପାଇଁ ସେ ୪୪ ବଲ୍ ସମ୍ମୁଖୀନ ହୋଇଥିଲେ। ଚରିଥ ଆସଲଙ୍କା ୨୦ ରନ୍, ୱାନେନ୍ଦୁ ହସରଙ୍ଗା ଓ କୁସାଲ ପେରେରା ୧୫ ରନ୍ କରିଥିଲେ। ଚକିକା କରୁଣାରତ୍ନେ ୧୭ ରନ୍ରେ ଅପରାଜିତ ରହିଥିଲେ।