ଦୁବାଇ: ଏସିଆ କପ୍ ଫାଇନାଲରେ ପାକିସ୍ତାନ ୧୯.୧ ଓଭରରେ ୧୪୬ ରନରେ ଅଲଆଉଟ୍ ହୋଇଥିଲା । ଏହା ଫଳରେ ଭାରତ ପାଇଁ ୧୪୭ ରନର ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି ।

ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ଦୁଇ ଓପନର ଫଖର ଜମାନ ଓ ସାହିବଜାଦା ଫରହାନ ଜୋରଦାର ଖେଳ ପ୍ରଦର୍ଶନ କରି ୮୪ ରନର ସହଭାଗୀତା କରିଥିଲେ । ଫରହାନ ୫୭ ରନ କରିଥିବାବେଳେ ଜମାନ ୪୬ ରନରେ ଅବଦାନ ରଖିଥିଲେ ।

ତଥାପି, ବରୁଣ ଚକ୍ରବର୍ତ୍ତିଙ୍କ ବୋଲିଂରୁ ଫରହାନଙ୍କ ବିଦାୟ ପରେ ପାକିସ୍ତାନର ବ୍ୟାଟିଂର ପତନ ଆରମ୍ଭ ହୋଇଥିଲା । ୩ୟ ସ୍ଥାନରେ ଆସିଥିବା ସଲିମ ଆୟୁବ ୧୪ ରନ କରିଥିଲେ, କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦୁଇ ଅଂକରେ ପ୍ରବେଶ କରିପାରିନଥିଲେ ।

ଭାରତୀୟ ବୋଲରମାନଙ୍କ ମଧ୍ୟରୁ କୁଳଦୀପ ଯାଦବ ୪ଟି, ବରୁଣ ଚକ୍ରବର୍ତ୍ତି, ଅକ୍ଷର ପଟେଲ ଓ ଯଶପ୍ରୀତ ବୁମରା ପ୍ରତ୍ୟେକ ୨ଟି କରି ବିକେଟ୍ ଦାବି କରିଥିଲେ ।