ଦୁବାଇ: ଏସିଆ କପ୍–୨୦୨୫ରେ ଭାରତୀୟ କ୍ରିକେଟ୍ ଦଳ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ବୁଧବାର ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ହୋଇଥିବା ପ୍ରଥମ ମୁକାବିଲାରେ ଭାରତ ୟୁଏଇକୁ ୯ ୱିକେଟ୍ରେ ହରାଇଥିଲା। ୫୮ ରନ୍ର ସହଜ ଲକ୍ଷ୍ୟକୁ ଭାରତ ୪.୩ ଓଭରରେ ପୂରା କରିଥିଲା।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳ ୟୁଏଇକୁ ୧୩.୧ ଓଭରରେ ୫୭ ରନ୍ରେ ସମାପ୍ତ କରିଥିଲା। କୁଲଦୀପ ୟାଦବ (୪/୭) ଓ ଶିଭମ ଦୁବେ (୩/୩) ବିନାଶକାରୀ ବୋଲିଂ କରିଥିଲେ। ବୁମ୍ରା, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ।
ଭାରତୀୟ ବ୍ୟାଟରମାନେ ୟୁଏଇର ସାଧାରଣ ବୋଲିଂକୁ ସହଜରେ ପରାସ୍ତ କରିଥିଲେ। ଅଭିଷେକ ଶର୍ମା ୧୬ ବଲରେ ୩୦ ରନ୍ (୨ ଚୋୖକା, ୩ ଛକା) କରିଥିଲେ, ଶୁଭମନ ଗିଲ୍ ୯ ବଲରେ ୨୦ ରନ୍ (୨ ଚୋୖକା, ୧ ଛକା) ଅପରାଜିତ ଥିଲେ। ଅଧିନାୟକ ସୂର୍ଯ୍ୟକୁମାର ୟାଦବ ୨ ବଲରେ ୭ ରନ୍ (୧ ଛକା) କରିଥିଲେ।
ୟୁଏଇ ପାଇଁ ଆଲିଶାନ ଶରାଫୁ (୨୨) ଓ ଅଧିନାୟକ ମହମ୍ମଦ ୱାସିମ୍ (୧୯) କିଛି ପ୍ରତିରୋଧ କରିଥିଲେ, କିନ୍ତୁ ଅନ୍ୟ ବ୍ୟାଟରମାନେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ।