Bengaluru :ଗତବର୍ଷ Royal Challengers Bengaluru (ଆର୍ସିବି) ପ୍ରଥମଥର ପାଇଁ Indian Premier League ଟ୍ରଫି ଜିତିବା ପରେ ଆୟୋଜିତ ବିଜୟ ଉତ୍ସବ ପୂର୍ବରୁ ଘଟିଥିବା ଦଳଚକଟାରେ ୧୧ ଜଣ ପ୍ରଶଂସକଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ସ୍ମୃତିରେ ଏବେ ନିଆରା ଶ୍ରଦ୍ଧାଞ୍ଜଳି ଦିଆଯିବ।
M. Chinnaswamy Stadiumରେ ଆୟୋଜିତ ଆଇପିଏଲ୍-୨୦୨୬ ଉଦ୍ଘାଟନୀ ମ୍ୟାଚ୍ ଅବସରରେ, ମୃତ ପ୍ରଶଂସକଙ୍କ ସ୍ମୃତିରେ ୧୧ଟି ସିଟ୍ ସ୍ଥାୟୀ ଭାବେ ଖାଲି ରଖାଯିବ। ଏହି ସିଟ୍ଗୁଡ଼ିକୁ କେବେ ମଧ୍ୟ ବିକ୍ରି କରାଯିବ ନାହିଁ, ଅନ୍ୟ କୌଣସି ମ୍ୟାଚ୍ ସମୟରେ ମଧ୍ୟ ଏହା ଅପରିବର୍ତ୍ତିତ ରହିବ।
ଏହା ସହିତ ଷ୍ଟାଡିୟମ୍ରେ ଏକ ସ୍ମାରକୀ ଫଳକ ମଧ୍ୟ ସ୍ଥାପନ କରାଯିବ, ଯେଉଁଠାରେ ମୃତ ପ୍ରଶଂସକଙ୍କ ସ୍ମୃତିକୁ ସ୍ଥାନ ଦିଆଯିବ। ମ୍ୟାଚ୍ ପୂର୍ବରୁ ଖେଳାଳିମାନେ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ।
ଏହି ନିଷ୍ପତ୍ତି Karnataka State Cricket Association ଏବଂ ଆର୍ସିବି ପକ୍ଷରୁ ଯୁଗ୍ମ ଭାବେ ନିଆଯାଇଛି। Venkatesh Prasad କହିଛନ୍ତି ଯେ, ଏହା ମୃତ ପ୍ରଶଂସକଙ୍କ ପ୍ରତି ସମ୍ମାନ ଜଣାଇବାର ଏକ ଅନନ୍ୟ ପଦକ୍ଷେପ।
ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ Sunrisers Hyderabad ଦଳ ମଧ୍ୟ ସହଭାଗୀ ହେବ ବୋଲି ସୂଚନା ମିଳିଛି।





