ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଜଗତର ଏକ ଯୁଗ ଶେଷ ହେଲା। ଟେଷ୍ଟ କ୍ରିକେଟରୁ ବିଦାୟ ଘୋଷଣା କଲେ ବିରାଟ କୋହଲି। ଏକ ଭାବପୂର୍ଣ୍ଣ ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟମରେ ସେ ଟେଷ୍ଟ କ୍ରିକେଟ ରେ ୧୪ ବର୍ଷର ଦୀର୍ଘ କ୍ୟାରିୟରକୁ ଅବସର ଦେଲେ। ମଇ ୧୨ ତାରିଖରେ ସେ ଏହି ଘୋଷଣା କରିଥିବା ସୂଚନା ମିଳିଛି।

ଏହି ଅବସର ସହିତ କେବଳ ଏକ କ୍ରିକେଟର ଦିଗନ୍ତ ନୁହେଁ, ବରଂ ଏକ ସଂବେଦନାମୟ ଯୁଗର ଅବସାନ ଘଟିଛି ବୋଲି ଖେଳପ୍ରେମୀମାନେ କହିଛନ୍ତି। ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ମଧ୍ୟ ବିରାଟଙ୍କ ଅବସର ପରେ ଏକ ହୃଦୟସ୍ପର୍ଶୀ ପୋଷ୍ଟ କରିଛନ୍ତି। ସେ ତାଙ୍କ ଏକ୍ସ (ପୂର୍ବତନ ଟ୍ୱିଟର୍) ଆକାଉଣ୍ଟରେ ଲେଖିଛନ୍ତି:

A man with lion’s passion! Will miss u cheeks….

ସେପରି, ନିକଟରେ ରୋହିତ ଶର୍ମା ମଧ୍ୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଏହି ଦୁଇ ବରିଷ୍ଠ ଖେଳାଳିଙ୍କ ଅବସର ପରେ, ଭାରତୀୟ କ୍ରିକେଟ ଦଳକୁ ଇଂଲଣ୍ଡ ଗସ୍ତ ପାଇଁ ଏକ ନୂଆ ଟେଷ୍ଟ କ୍ୟାପଟେନ ବାଛିବା ଆବଶ୍ୟକ ହେବ।