ଦୁବାଇ: ଏସିଆ କପ୍ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ପାକିସ୍ତାନୀ ବୋଲର ହାରିସ୍ ରାଉଫଙ୍କ ମଧ୍ୟରେ ଘଟିଥିବା ବିବାଦରେ ଆଇସିସି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ଉଭୟଙ୍କୁ ୩୦% ମ୍ୟାଚ୍ ଫି କାଟିବା ସହିତ ଆନୁଷ୍ଠାନିକ ଚେତାବନୀ ଦିଆଯାଇଛି। ଏହି ସହିତ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସାହିବଜାଦା ଫରହାନଙ୍କୁ କେବଳ ଚେତାବନୀ ଦେଇ ଛାଡ଼ିଦିଆଯାଇଛି।

ମ୍ୟାଚ୍ ରେଫରି ରିଚି ରିଚାର୍ଡସନ୍ ସୂର୍ଯ୍ୟକୁମାରଙ୍କ ମାମଲାର ଶୁଣାଣି କରିଥିଲେ। ବିସିସିଆଇ ସିଓଓ ହେମାଙ୍ଗ ଅମିନ ଓ କ୍ରିକେଟ୍ ଅପରେସନ୍ସ ମ୍ୟାନେଜର ସୁମିତ ମଲ୍ଲପୁରକର ସୂର୍ଯ୍ୟକୁମାରଙ୍କ ସହିତ ଉପସ୍ଥିତ ଥିଲେ।

ସେପ୍ଟେମ୍ବର ୧୪ରେ ପାକିସ୍ତାନ ବିରୋଧରେ ବିଜୟ ପରେ ସୂର୍ଯ୍ୟକୁମାର ଯାଦବ ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇଥିଲେ ଓ ଏହି ବିଜୟକୁ ଭାରତୀୟ ସଶସ୍ତ୍ର ବାହିନୀଙ୍କୁ ଉତ୍ସର୍ଗ କରିଥିଲେ। ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏହି ବକ୍ତବ୍ୟକୁ ରାଜନୈତିକ ପ୍ରେରିତ ଥିବା କୁହି ବିରୋଧ କରିଥିଲା।