ନଭି ମୁମ୍ବାଇ: ମହିଳା ଦିନିକିଆ ବିଶ୍ୱକପ 2025 (ICC Women’s World Cup 2025)ରେ ଭାରତ ଦକ୍ଷିଣ ଆଫ୍ରିକା ସାମ୍ନାରେ ଦୃଢ଼ ପ୍ରଦର୍ଶନ କରି ୨୯୮ ରନ କରିଛି ଏବଂ ୨୯୯ ରନର ଲକ୍ଷ୍ୟ ରଖିଛି। ନଭି ମୁମ୍ବାଇର ଡା. ଡି. ଯୋ. ପାଟିଲ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଓପନିଂ ଯୁଗଳର ଭଲ ଆରମ୍ଭ
ଭାରତୀୟ ଓପନର ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମା ପ୍ରଥମ ୱିକେଟରେ ୧୦୪ ରନ ଯୋଗ କରି ଦଳକୁ ଦୃଢ଼ ଭିତି ଦେଇଥିଲେ। ସ୍ମୃତି ୪୫ ରନ କରିଥିବାବେଳେ ଶେଫାଳି ବର୍ମା ୮୭ ରନର ଅତି ମୁଲ୍ୟବାନ ପାଳି ଖେଳିଥିଲେ। ଜେମିମା ରୋଡ୍ରିଗୁଜ ଯେଉଁଠାରେ ସେମିଫାଇନାଲରେ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ, ସେ ଏଥର କେବଳ ୨୪ ରନ କରି ପାଭିଲିୟନ ଫେରିଥିଲେ।
ମଧ୍ୟକ୍ରମରେ ଦିପ୍ତି ଶର୍ମାଙ୍କ ଦୃଢ଼ ଇନିଂସ
ଦିପ୍ତି ଶର୍ମା ମଧ୍ୟକ୍ରମରେ ୫୮ ରନର ଏକ ସ୍ଥିର ପାଳି ଖେଳିଥିଲେ, ଯେଉଁଥିରେ ଅଧିନାୟିକା ହରମନପ୍ରିତ କୌର ୨୦ ରନ ଓ ରିଚା ଘୋଷ ୩୪ ରନ ଯୋଗଦାନ କରିଥିଲେ। ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୭ ୱିକେଟ ହରାଇ ୨୯୮ ରନ କରିଥିଲା।
ଦକ୍ଷିଣ ଆଫ୍ରିକା ବୋଲରମାନଙ୍କ ପ୍ରଦର୍ଶନ
ଦକ୍ଷିଣ ଆଫ୍ରିକା ପକ୍ଷରୁ ଆୟୋବୋଙ୍ଗା ଖାକା ୩ଟି ୱିକେଟ ନେଇଥିଲେ। ଏଥିସହିତ ନନ୍କୁଲୁଲେକୋ ମ୍ଲାବା, ନାଡାଇନ ଡିକ୍ଲର୍କ ଓ ଛ୍ଲୋଏ ଟ୍ରାୟନ ପ୍ରତ୍ୟେକ ଗୋଟିଏ ଇକେଟ୍ ହାସଲ କରିଥିଲେ।





