ମୁମ୍ବାଇ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌–୨୦୨୬ରେ ଭାରତ ଜୟ ସହିତ ଅଭିଯାନ ଆରମ୍ଭ କରିଛି। ଶନିବାର ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ଭାରତ ଆମେରିକାକୁ ୨୯ ରନ୍‌ରେ ପରାସ୍ତ କରିଛି।

ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୧୬୨ ରନ୍‌ର ଲକ୍ଷ୍ୟ ଧରାଇଥିଲା। ଜବାବରେ ଲକ୍ଷ୍ୟ ପଛୁଆ କରିଥିବା ଆମେରିକା ଦଳ ଭାରତୀୟ ବୋଲରମାନଙ୍କ ନିୟନ୍ତ୍ରିତ ବୋଲିଂ ସମ୍ମୁଖୀନ ହୋଇ ସଂପୂର୍ଣ୍ଣ ଓଭର ଖେଳି ୮ଟି ୱିକେଟ୍‌ ହାରାଇ ୧୩୨ ରନ୍‌ରେ ସୀମିତ ରହିଥିଲା।

ଶୁରୁରୁ ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳ ଖେଳରେ ଦାଦାଗିରି ଦେଖାଇଥିବାବେଳେ ବ୍ୟାଟିଂ ଓ ବୋଲିଂ—ଦୁଇ ମୋର୍ଚ୍ଚାରେ ସମତୁଳିତ ପ୍ରଦର୍ଶନ ଦଳର ବିଜୟର ମୂଳ କାରଣ ହୋଇଥିଲା। ଏହି ଜୟ ସହିତ ଟୁର୍ଣ୍ଣାମେଣ୍ଟରେ ଭାରତ ଆତ୍ମବିଶ୍ୱାସୀ ଆରମ୍ଭ କରିଛି।