ନୂଆଦିଲ୍ଲୀ: ଦ୍ୱିତୀୟ ଓ ଶେଷ ଟେଷ୍ଟ ମ୍ୟାଚର ତୃତୀୟ ଦିନ, ରବିବାର ମଧ୍ୟାହ୍ନ ଭୋଜନ ପରେ ଭାରତ ୱେଷ୍ଟଇଣ୍ଡିଜ୍କୁ ୮୧.୫ ଓଭରରେ ୨୪୮ ରନରେ ଅଲଆଉଟ୍ କରିଦେଲା। ପ୍ରଥମ ଇନିଂସରେ ଭାରତ ୫ ୱିକେଟ୍ରେ ୫୧୮ ରନ କରି ଇନିଂସ୍ ଘୋଷଣା କରିଥିଲା, ଯାହା ଆଧାରରେ ୱେଷ୍ଟଇଣ୍ଡିଜ୍ ୨୭୦ ରନ୍ରେ ପଛୁଆ ଥିଲା।
ଭାରତୀୟ କ୍ୟାପ୍ଟେନ୍ ଫଲୋଅନ୍ ଲାଗୁ କରିବାରେ କୌଣସି ସମୟ ନଷ୍ଟ କରିନଥିଲେ। ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଇନିଂସରେ ଖେଳ ଆରମ୍ଭ କରିସାରିଛି ଏବଂ ସେମାନେ ଆସନ୍ତା ଇନିଂସରେ କେତେ ରନ୍ କରିପାରିବେ ସେହିଦିଶାରେ ସମସ୍ତଙ୍କ ଦୃଷ୍ଟି।
ଭାରତ ପକ୍ଷରୁ କୁଲଦୀପ ଯାଦବ ୫ ୱିକେଟ୍ ହାସଲ କରିଥିଲେ ଏବଂ ରବିନ୍ଦ୍ର ଜାଡେଜା ୩ ୱିକେଟ୍ ନେଇଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଆଲେକ୍ ଆଥାନାସେ ୪୧ ରନ୍ ଏବଂ ଶାଇ ହୋପ୍ ୩୬ ରନ୍ କରିଥିଲେ।
ଭାରତ ଏହି ମ୍ୟାଚ୍ରେ ମଜବୁତ ଅବସ୍ଥାନରେ ଅଛି ଏବଂ ୱେଷ୍ଟଇଣ୍ଡିଜ୍ ପାଇଁ ଏହା ଏକ କଠିନ ଚ୍ୟାଲେଞ୍ଜ୍ ହେବା ନିଶ୍ଚିତ।