ଲାଉସାନେ (ସୁଇଜରଲ୍ୟାଣ୍ଡ), ୨୮ ଜୁନ: ଏଥିବାର ଜୁନିୟର ପୁରୁଷ ହକି ବିଶ୍ୱକପ୍ ୨୦୨୫ ନଭେମ୍ବର ୨୮ ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଭାରତର ଚେନ୍ନାଇ ଓ ମଦୁରାଇରେ ଆୟୋଜିତ ହେବ। ସ୍ଥାନୀୟ ଏଫ୍ଆଇଏଚ୍ ମୁଖ୍ୟ କାର୍ଯ୍ୟାଳୟରେ ଡ୍ର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଗ୍ରୁପ ବିଭାଜନ ଘୋଷଣା କରାଯାଇଛି।
ଗ୍ରୁପ୍ ‘ବି’ରେ ଭାରତ ଓ ପାକିସ୍ତାନ ସହିତ ଚିଲି ଓ ସୁଇଜରଲ୍ୟାଣ୍ଡ୍ ସ୍ଥାନ ପାଇଛନ୍ତି, ଯାହା ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦେଶ ଭାରତ-ପାକିସ୍ତାନ ମଧ୍ୟରେ ଥିବା ମୁକାବିଲାକୁ ନେଇ ଚାରିପାଖରେ ଉତ୍ସାହ ବୃଦ୍ଧି କରିଛି।
ଏଥିପାଇଁ ପ୍ରଥମ ଥର ୨୪ଟି ଦଳ ଏହି ବିଶ୍ୱକପ୍ରେ ଅଂଶ ନେବେ। ଗ୍ରୁପ ବିଭାଜନ ଅନୁଯାୟୀ:
- ପୁଲ୍ ‘ଏ’: ଜର୍ମାନୀ, ଦକ୍ଷିଣ ଆଫ୍ରିକା, କାନାଡା, ଆୟର୍ଲାଣ୍ଡ
- ପୁଲ୍ ‘ସି’: ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ, ଜାପାନ, ଚାଇନା
- ପୁଲ୍ ‘ଡି’: ସ୍ପେନ, ବେଲଜିୟମ, ଇଜିପ୍ଟ, ନାମ୍ବିଆ
- ପୁଲ୍ ‘ଇ’: ନେଦରଲାଣ୍ଡ୍ସ, ମାଲେସିଆ, ଇଂଲଣ୍ଡ, ଅଷ୍ଟ୍ରେଲିଆ
- ପୁଲ୍ ‘ଏଫ୍’: ଫ୍ରାନ୍ସ, କୋରିଆ, ବାଂଲାଦେଶ, ଅଷ୍ଟ୍ରେଲିଆ
ଡ୍ର’ ଅବସରରେ ଇଂଟରନ୍ୟାସନାଲ ହକି ଫେଡେରେଶନ ସଭାପତି ତୟାବ ଇକ୍ରାମ, ହକି ଇଣ୍ଡିଆ ସାଧାରଣ ସମ୍ପାଦକ ଭୋଳାନାଥ ସିଂ ଓ ମହାନିର୍ଦ୍ଦେଶକ ଆର୍.କେ. ଶ୍ରୀବାସ୍ତବ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ବର୍ତ୍ତମାନ ଚାମ୍ପିୟନ ଜର୍ମାନୀ ୨୦୨୩ ସଂସ୍କରଣରେ ଫ୍ରାନ୍ସକୁ ୨-୧ ଗୋଲ୍ରେ ପରାଜିତ କରି ବିଜୟ ହାସଲ କରିଥିଲା। ଏହି ଦେଶ ସର୍ବାଧିକ ୬ଥର ଟାଇଟଲ ଜିତିବା ରେକର୍ଡ ରଖିଛି।