ଦୁବାଇ: ଏସିଆ କପରେ ଭାରତ ବନାମ ପାକିସ୍ତାନ ମ୍ୟାଚକୁ ସାଧାରଣତଃ ସବୁଠାରୁ ହାଇପ୍ରୋଫାଇଲ୍ ମୁକାବିଲା ଭାବରେ ଦେଖାଯାଏ। କିନ୍ତୁ ଏଥର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଆଶା କରାଯାଇଥିବା ଉତ୍ସାହ ଦେଖିବାକୁ ମିଳୁନାହିଁ, ଟିକେଟ ବିକ୍ରି ହ୍ରାସ ପାଇଛି। ସାଧାରଣତଃ ଏପରି ମ୍ୟାଚରେ କଳାବଜାରୀ ପର୍ଯ୍ୟନ୍ତ ହୁଏ, କିନ୍ତୁ ଏଥର ଟିକେଟ୍‌ମାନେ ବିକିବାକୁ ମଧ୍ୟ ଖୁବ କଷ୍ଟସାଧ୍ୟ ହେଉଛି।

ଆସନ୍ତା ରବିବାର ଖେଳାଯିବାକୁ ଥିବା ଏହି ମୁକାବିଲା ପୂର୍ବରୁ ଶୁକ୍ରବାର ଦୁଇଟିମ୍ ଅଭ୍ୟାସ କରିଥିଲେ। କିନ୍ତୁ ପ୍ରଶିକ୍ଷଣ ସମୟରେ ମଧ୍ୟ ଦର୍ଶକଙ୍କ ଉପସ୍ଥିତି ନଗଣ୍ୟ ଥିଲା।

ଏହି ସ୍ଥିତିକୁ ନେଇ ଆୟୋଜକମାନେ ଚିନ୍ତାଗ୍ରସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ, ଭାରତ–ପାକିସ୍ତାନ ସମ୍ପର୍କ ତିବ୍ର ତଣାଟଣିରେ ଥିବାରୁ ଭାରତର କିଛି ମହଳରୁ ଏହି ମ୍ୟାଚକୁ ନେଇ ବିରୋଧ ସ୍ୱର ଉଠିଛି। ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ପ୍ରଶ୍ନ କରିଛନ୍ତି, “ଯେତେବେଳେ ସରକାର ପାକିସ୍ତାନ ସହ ସମସ୍ତ ସମ୍ପର୍କ ବନ୍ଦ କରିଛନ୍ତି, ସେଥିରେ କିପରି କ୍ରିକେଟ୍‌ରେ ସହଭାଗୀ ହେଉଛନ୍ତି?”