ହେଡିଙ୍ଗଲେ: ଇଂଲଣ୍ଡ ବିରୁଦ୍ଧରେ ହେଡିଙ୍ଗଲେ ଚଳିଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଦୁର୍ଦ୍ଧର୍ଷ ମାନସିକତା ଦେଖାଇ ଦଳକୁ ଦୃଢ ସ୍ଥିତିରେ ପହଁଚାଇଛନ୍ତି। ଦଳ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଓ ଅଧିନାୟକ ଶୁଭମନ ଗିଲ୍ ଏକ ଏକ ଶତକ ହାସଲ କରି ଭାରତର ସ୍କୋରକୁ ବୃହତ ଆକାର ଦେଇଛନ୍ତି।

ଭାରତ ଟସ ହାରି ବ୍ୟାଟିଂ କରିବାକୁ ଆସିଥିଲା। ଯଶସ୍ବୀ ଓ କେଏଲ ରାହୁଲ ଓପନ କରିଥିଲେ, ଯେଉଁଠି ରାହୁଲ ୪୨ ରନ କରି ଆଉଟ ହୋଇଥିଲେ। ତେବେ ଯଶସ୍ବୀ ନିଜ ମଜବୁତ ଫର୍ମ ଜାରି ରଖି ୧୫୬ ବଲରେ ଶତକ ହାସଲ କରିଥିଲେ ଓ ସେହିପରେ ୧୦୧ ରନ କରି ଆଉଟ ହୋଇଥିଲେ।

ତାଙ୍କ ପରେ ଅସାଧାରଣ ଫର୍ମରେ ଥିବା ଶୁଭମନ ଗିଲ୍ ଜୟସ୍ବାଲଙ୍କ ସହ ଗଢିଥିବା ପାର୍ଟନରସିପକୁ ଅଗ୍ରଗତି ଦେଇ ନିଜର ଶତକ ହାସଲ କରିଛନ୍ତି। ସର୍ବଶେଷ ସୂଚନା ଅନୁଯାୟୀ, ଭାରତ ୩୧୨/୩ ରେ ରହିଛି ଯେଉଁଠି ଶୁଭମନ ୧୦୯ ରନ ଓ ଋଷଭ ପନ୍ତ ୪୨ ରନରେ ଅଖଣ୍ଡ ଅଛନ୍ତି।

ଏହି ମ୍ୟାଚରେ ଟେଷ୍ଟ କ୍ୟାରିୟର ଆରମ୍ଭ କରୁଥିବା ସାଇ ସୁଦର୍ଶନ ଖାତା ଖୋଲିପାରିନଥିଲେ। ବୋଲିଂ ମୁଖରେ ଇଂଲଣ୍ଡ ପକ୍ଷରୁ ବ୍ରାଇଡନ କାର୍ସେ ଏକ ଓ ବେନ ଷ୍ଟୋକ୍ସ ଦୁଇଟି ଓିକେଟ ନେଇଛନ୍ତି।