ବିଶାଖାପାଟଣା: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ଆନ୍ତର୍ଜାତୀୟ ଶୃଙ୍ଖଳାର ଚତୁର୍ଥ ମୁକାବିଲା ବୁଧବାର ବିଶାଖାପାଟଣାସ୍ଥିତ ଡ. ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଜାରି ରହିଛି। ଟସ୍ ଜିଣି ଭାରତ ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଥିବାରୁ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରିଥିଲା।
ଅତିଥି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୨୧୫ ରନ୍ ସଂଗ୍ରହ କରିଛି। ଏହା ସହ ଭାରତ ଆଗରେ ମ୍ୟାଚ୍ ବିଜୟ ପାଇଁ ୨୧୬ ରନ୍ର ଲକ୍ଷ୍ୟ ରହିଛି।
ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍ ସିଫର୍ଟ ଦମଦାର ବ୍ୟାଟିଂ କରି ୩୬ ବଲରୁ ୭ଟି ଚୌକା ଓ ୩ଟି ଛକା ସହ ୬୨ ରନ୍ କରି ସର୍ବାଧିକ ସ୍କୋରର୍ ହୋଇଥିଲେ। କିୱି ଦଳ ମାତ୍ର ୮.୧ ଓଭରରେ ୧୦୦ ରନ୍ ପୂରଣ କରି ଦ୍ରୁତ ଆରମ୍ଭ କରିଥିଲା, ଯାହାରୁ ସେମାନେ ୨୫୦ ରନ୍ର ଆକଡା ଛୁଇଁପାରିବେ ବୋଲି ଲାଗୁଥିଲା।
କିନ୍ତୁ ମଧ୍ୟ ଓ ଶେଷ ଓଭରରେ ଭାରତୀୟ ବୋଲରମାନେ ଶାନଦାର ପ୍ରତ୍ୟାବର୍ତ୍ତନ କରି କିୱି ରନ୍ ଗତିକୁ ନିୟନ୍ତ୍ରଣ କରିଥିଲେ। ଟିମ୍ ଇଣ୍ଡିଆ ପକ୍ଷରୁ ଅର୍ଶଦୀପ ସିଂହ ଓ କୁଲଦୀପ ଯାଦବ ସର୍ବାଧିକ ୨ଟି କରି ୱିକେଟ୍ ଦାବି କରିଥିଲେ।





