ଦୁବାଇ: ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସୁପର ୪ ପାଇଁ ଭାରତ ଏବଂ ପାକିସ୍ତାନ ଯୋଗ୍ୟତା ଅର୍ଜନ କରିଛି। ଏହା ସହିତ ଦୁଇ ପ୍ରଚୀନ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ପୁଣିଥରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ହେବା ନିଶ୍ଚିତ ହୋଇଛି। ସୁପର ୪ର ଏହି ହାଇ-ଭୋଲ୍ଟେଜ୍ ମୁକାବିଲା ସେପ୍ଟେମ୍ବର ୨୧ (ରବିବାର) ଦୁବାଇରେ ଖେଳାଯିବ।
ବୁଧବାର ପାକିସ୍ତାନ ଏବଂ ୟୁଏଇ ମଧ୍ୟରେ ହୋଇଥିବା ଦଶମ ମ୍ୟାଚ୍ରେ ପାକିସ୍ତାନ ୪୧ ରନରେ ବିଜୟୀ ହୋଇଥିଲା। ଏହି ବିଜୟ ସହିତ ସେମାନେ ସୁପର ୪କୁ ପ୍ରବେଶ କରିଛନ୍ତି, ଯେତେବେଳେ ଆୟୋଜକ ୟୁଏଇର ଯାତ୍ରା ଶେଷ ହୋଇଛି।
ସେପ୍ଟେମ୍ବର ୧୪ରେ ହୋଇଥିବା ଗ୍ରୁପ୍ ପର୍ଯ୍ୟାୟରେ ମଧ୍ୟ ଭାରତ ଏବଂ ପାକିସ୍ତାନ ସାମ୍ନା-ସାମ୍ନି ହୋଇଥିଲେ। ସେହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୭ ୱିକେଟ୍ରେ ଚକ୍ମକ୍ ବିଜୟ ହାସଲ କରିଥିଲା।
ଏବେ ଆସନ୍ତା ସୁପର ୪ ମ୍ୟାଚ୍ରେ କିଏ ବାଜି ମାରିବେ – ସମଗ୍ର କ୍ରିକେଟ୍ ଦୁନିଆର ନଜର ଦୁବାଇ ମାଟିରେ ହେବ।