ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଚାଲିଥିବା ଭାରତ ଓ ଓେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନର ଖେଳ ସମାପ୍ତ ହୋଇଛି। ଷ୍ଟମ୍ସ ବେଳକୁ ଓେଷ୍ଟଇଣ୍ଡିଜ୍ ୪ଟି ଉଇକେଟ୍ ହରାଇ ୧୪୦ ରନ କରିଥିଲା ଏବଂ ସେମାନେ ଏବେ ଭାରତଠାରୁ ୩୭୮ ରନ ପଛୁଆ ଅବସ୍ଥାରେ ରହିଛନ୍ତି।
ଓେଷ୍ଟଇଣ୍ଡିଜ୍ ପକ୍ଷରୁ ଟାଙ୍ଗାରିନ ଚନ୍ଦ୍ରପୋଲ ୩୪ ରନ, ଆଲିକ୍ ଆଠାନାଜେ ୪୧ ରନ ଓ ସାଇ ହୋପ ୩୧ ରନ କରିଥିଲେ। ଭାରତୀୟ ବୋଲରମାନେ ନିୟମିତ ଭାବରେ ଚାପ ସୃଷ୍ଟି କରି ଓେଷ୍ଟଇଣ୍ଡିଜ୍ ବ୍ୟାଟିଂ ଶୃଖଳାକୁ ନିୟନ୍ତ୍ରଣରେ ରଖିଥିଲେ।
ଏହାର ପୂର୍ବରୁ, ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୫୧୮ ରନରେ ପାଳି ଘୋଷଣା କରିଥିଲା। ଯଶସ୍ବୀ ଜୟସ୍ୱାଲ ୧୭୫ ରନ ଓ ଶୁଭମନ ଗିଲ୍ ୧୨୯ ରନର ଅଦ୍ଭୁତ ଇନିଂସ୍ ଖେଳିଥିଲେ। ସାଇ ସୁଦର୍ଶନ ୮୭, ନୀତିଶ ରେଡ୍ଡି ୪୩ ଏବଂ ଧ୍ରୁବ ଜୁରେଲ ୪୪ ରନର ଅବଦାନ ରଖିଥିଲେ।
ଭାରତ ପକ୍ଷରୁ ଜୟସ୍ୱାଲ ଓ କେଏଲ ରାହୁଲ ପ୍ରଥମ ଉଇକେଟରେ ୫୮ ରନ ଯୋଡିଥିଲେ, ତାପରେ ଜୟସ୍ୱାଲ ଓ ସାଇ ସୁଦର୍ଶନ ମଧ୍ୟରେ ୧୯୩ ରନର ଭାରି ପାର୍ଟନରସିପ ଦେଖିବାକୁ ମିଳିଥିଲା।
ଓେଷ୍ଟଇଣ୍ଡିଜ୍ ପକ୍ଷରୁ ଜୋମେଲ ୱାରିକାନ ୩ଟି ଉଇକେଟ୍ ଏବଂ ରୋଷ୍ଟନ ଚେଜ୍ ଗୋଟିଏ ଉଇକେଟ୍ ନେଇଥିଲେ।