ମୁମ୍ବାଇ: ଆସନ୍ତା ଅକ୍ଟୋବରରେ ଭାରତରେ ଆୟୋଜିତ ହେବାକୁଥିବା ୨ ମ୍ୟାଚର ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳକୁ ଘୋଷଣା କରାଯାଇଛି। ମୁଖ୍ୟ ଚୟନକର୍ତ୍ତା ଅଜିତ ଆଗରକରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ପରେ ୧୫ ସଦସ୍ୟର ଦଳ ନିର୍ଦ୍ଧାରିତ ହୋଇଛି।
ଏହି ଦଳରେ ନୀତୀଶ ରେଡ୍ଡୀଙ୍କୁ ପୁନଃ ସାମିଲ କରାଯାଇଛି, ଯେଉଁଥିରେ କରୁଣ ନାୟାର ବାଦ ପଡ଼ିଛନ୍ତି। ଶ୍ରେୟସ୍ ଆୟର ପିଠି ସମସ୍ୟାର କାରଣରୁ ନିଜେଇ ବିସିସିଆଇକୁ ଚିଠି ଲେଖିଥିବାରୁ ତାଙ୍କୁ ଏହି ସିରିଜରୁ ବାହାରେ ରଖାଯାଇଛି।
ରବିନ୍ଦ୍ର ଜାଡେଜାଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି। ସେହିପରି ଦେବଦତ୍ତ ପଡ଼ିକଲଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସୁଯୋଗ ମିଳିଛି। ଏନ. ଜଗଦୀସନଙ୍କୁ ବ୍ୟାକଅପ୍ ୱିକେଟକିପର ଭାବରେ ସାମିଲ କରାଯାଇଛି।
ମ୍ୟାଚ ସୂଚୀ:
- ପ୍ରଥମ ଟେଷ୍ଟ: ୨ ଅକ୍ଟୋବର, ଅହମ୍ମଦାବାଦ
- ଦ୍ୱିତୀୟ ଟେଷ୍ଟ: ୧୦ ଅକ୍ଟୋବର, ଦିଲ୍ଲୀ
ଭାରତୀୟ ଦଳ:
ଶୁଭମନ୍ ଗିଲ୍ (ଅଧିନାୟକ), ରବିନ୍ଦ୍ର ଜାଡେଜା (ଉପ-ଅଧିନାୟକ), ଯଶସ୍ବୀ ଜୟସ୍ବାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପଡ଼ିକଲ୍, ଧ୍ରୁବ ଜୁରେଲ (ୱିକେଟ୍କିପର), ୱାସିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ଅକ୍ଷର ପଟେଲ, ନୀତୀଶ ରେଡ୍ଡୀ, ଏନ. ଜଗଦୀସନ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା।