ଲଣ୍ଡନ, ୫ ଅଗଷ୍ଟ: ଭାରତ ଏକ ରୋମାଞ୍ଚକର ୫ମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡକୁ ୬ ରନରେ ହରାଇ ଐତିହାସିକ ବିଜୟ ହାସଲ କରିଛି। ଏହି ଜିତ ସହିତ ୫ ମ୍ୟାଚର ଟେଷ୍ଟ ସିରିଜ ୨-୨ରେ ଡ୍ର ହୋଇଛି।

ମ୍ୟାଚର ଶେଷ ଦିନରେ ଇଂଲଣ୍ଡ ବିଜୟ ପାଇଁ ୩୫ ରନ ଆବଶ୍ୟକ ଥିଲା, ଯେଉଁଠାରେ ଭାରତ ୪ଟି ବାକି ଓିକେଟ ନେବା ଲକ୍ଷ୍ୟ ରଖିଥିଲା। ଭାରତୀୟ ବୋଲରମାନେ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରି ଇଂଲଣ୍ଡର ଶେଷ ୪ ଓିକେଟ ଖସାଇ ଦେଲେ ଏବଂ ମ୍ୟାଚ ଜିତିଲେ।

୩୫୭ ରନରେ ଇଂଲଣ୍ଡ ୯ ଓିକେଟ ହରାଇଥିବାବେଳେ, ଆହତ କ୍ରିସ ଓକସ୍ ଏକ ହାତରେ ବ୍ୟାଣ୍ଡେଜ ସହ ଫେରି ବ୍ୟାଟିଂ କରିଥିଲେ। ଇଂଲଣ୍ଡ ଆଉ ୧୭ ରନ ଆବଶ୍ୟକ ଥିବାବେଳେ ଗସ ଅଟକିନ୍ସନ ଗୋଟିଏ ଛକା ମାରି ମ୍ୟାଚର ରୋମାଞ୍ଚ ବଢାଇ ଦେଲେ। କିନ୍ତୁ ସେ ୭ ରନ ଅବଶିଷ୍ଟ ଥିବା ବେଳେ ମହମ୍ମଦ ସିରାଜଙ୍କ ବଲରେ ବୋଲ୍ଡ ହୋଇ ମ୍ୟାଚ ସମାପ୍ତ କଲେ।

ଭାରତ ପକ୍ଷରୁ ଜବରଦସ୍ତ ବୋଲିଂ

ଭାରତ ପକ୍ଷରୁ ମହମ୍ମଦ ସିରାଜ ୫ଟି ଓ ପ୍ରସିଦ୍ଧ କ୍ରିଷ୍ଣା ୪ଟି ବିକେଟ ନେଇ ଇଂଲଣ୍ଡର ବ୍ୟାଟିଂ ଲାଇନଅପ୍‌କୁ ଭୁଲିଯିବା ଶିଖା ଦେଲେ।