ବିଶାଖାପାଟ୍ଟନମ୍: ମହିଳା ବିଶ୍ୱକପ୍ ୨୦୨୫ର ୧୩ତମ ମ୍ୟାଚରେ ଭାରତ ଅଷ୍ଟ୍ରେଲିୟାଙ୍କ ବିରୁଦ୍ଧରେ ୩ ୱିକେଟରୁ ହାରି, ସେମିଫାଇନାଲ୍ ଦୌଡ଼କୁ ଜଟିଳ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ୫୦ ଓଭରରେ ୩୩୦ ରନ୍‌ର ଦୃଢ଼ ସ୍କୋର୍ କରିଥିଲେ। କିନ୍ତୁ ଅଷ୍ଟ୍ରେଲିୟା ଚାଲେଞ୍ଜିଂ ଲକ୍ଷ୍ୟକୁ ୪ ବଲ୍ ବାକି ରଖି ୩୩୧ ରନ୍‌ ପୂରଣ କରି ଇତିହାସ ସୃଷ୍ଟି କରିଛି। ଏହା ମହିଳା ଦିନିକିଆ କ୍ରିକେଟ୍ ଇତିହାସରେ ସର୍ବାଧିକ ବଡ଼ ରନ୍‌ ଚେଜ୍‌।

ଅଷ୍ଟ୍ରେଲିୟା ଅଧିନାୟକ ଏଲିସା ହିଲି ୮୫ ବଲ୍‌ରେ ଶତକ କରି ଭାରତୀୟ ବୋଲରମାନଙ୍କୁ ଚାପ ଦେଇଥିଲେ। ସେ ୮୪ ବଲ୍‌ରେ ତାଙ୍କ ଶତକ ପୂରଣ କରି, ଅଷ୍ଟ୍ରେଲିୟାଙ୍କ ଇନିଂସ୍‌କୁ ସ୍ଥିର କରିଥିଲେ। ଏହା ତାଙ୍କ ୬ଟିୟ ଦିନିକିଆ ସେଣ୍ଟୁରି ଓ ବିଶ୍ୱକପ୍‌ରେ ତୃତୀୟ ଶତକ। ଏଲିସ୍ ପେରି ମଝିରେ ରିଟାୟାର୍ଡ୍ ହର୍ଟ ହେଲେ ମଧ୍ୟ, ଶେଷରେ ଫେରି ଆସି ଦଳକୁ ବିଜୟରେ ନେଇଯାଇଥିଲେ।

ଭାରତ ପକ୍ଷରୁ ସ୍ମୃତି ମନ୍ଧନା ୯୮ ରନ୍ ଓ ହରମନପ୍ରିତ କୌର ୭୨ ରନ୍ କରି ଦଳକୁ ଶକ୍ତ ଆରମ୍ଭ ଦେଇଥିଲେ, କିନ୍ତୁ ବୋଲିଂ ବିଭାଗ ଲକ୍ଷ୍ୟକୁ ରୋକିବାରେ ବିଫଳ ହୋଇଥିଲା।

ଏହି ପରାଜୟ ସହ ଭାରତର ସେମିଫାଇନାଲ୍ ଆଶାରେ ଧକ୍କା ଲାଗିଛି। ଟିମ୍ ଇଣ୍ଡିଆଙ୍କୁ ଏବେ ଅବଶିଷ୍ଟ ସମସ୍ତ ମ୍ୟାଚ ଜିତିବା ସହ ଅନ୍ୟ ଦଳମାନଙ୍କ ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ।